September 11, 2026

ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା

hand
Share

ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର ବରପାଲି,୧୧/୯(ସୁଦାମ ଦୀପ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ସମିତିସଭ୍ୟ ଅଚ୍ୟୁତ ନାୟକ ଗୁଳିକାଣ୍ଡର ଶିକାର ହୋଇ ନିଜ କାର (OD15 A – 8191)ଭିତରୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ହୋଇଯାଇଛି। ହତ୍ୟାର କାରଣ ସ୍ପଷ୍ଟ ଭାବେ ଜଣାପଡିନଥିଲେ ମଧ୍ୟ ଅଚ୍ୟୁତଙ୍କ ଶରିରରେ ବିଭିନ୍ନ ସ୍ଥାନରେ ବନ୍ଧୁକ ଗୁଳିର କ୍ଷତ ମାନ ସ୍ବଷ୍ଟ ଭାବରେ ଦେଖା ଯାଇଥିଲ। ଘଟଣାଟି ଗତ ଗୁରୁବାର ରାତ୍ର ସମୟରେ ଘଟିଥିବା ବେଳେ ଆଜି ପୂର୍ବାହ୍ନରେ ଲୋକଲୋଚନକୁ ଆସିଥିଲା। ଖବରଟି ପ୍ରସାରିତ ହେଲା ପରେ ଅଞ୍ଚଳରେ ଚାଞ୍ଚଲ୍ୟକର ବାତାବରଣ ସୃଷ୍ଟି ହୋଇଯାଇଛି। ମୃତ ଅଚ୍ୟୁତ ବରପାଲି ବ୍ଲକ କେବାଡ଼ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଆଗଲପୁର ପଞ୍ଚାୟତ ସମିତିସଭ୍ୟ ରହିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଅଚ୍ୟୁତ ଗତ ରାତିରେ କୌଣସି କାମରେ ନିଜ କାରରେ ପଡୋସି ବ୍ଳକ ଡୁଙ୍ଗୁରିପାଲିକୁ ଘରୁ ବାହାରି କେନାଲ ରାସ୍ତାରେ ଯାଉଥିଲେ। ଆଜି ସକାଳୁ

ଡୁଙ୍ଗୁରିପାଲି ବ୍ଲକ ଚିନାଯୋରୀ ଓ କେବାଡ କେନାଲ ରାସ୍ତା ମଝିରେ ତାଙ୍କର କାରଟି ରହିଥିବା ବେଳେ ଚାଳକ ସିଟରେ ଅଚ୍ୟୁତଙ୍କ ଗୁଳିବିଦ୍ଧ ରକ୍ତାକ୍ତ ମୃତଶରିର ପଡ଼ିରହିଥ‌ିବା ଦେଖିବାକୁ ମିଳିଥିଲା।ଘଟଣା ସମ୍ପର୍କରେ ଖବର ପାଇ ଡୁଙ୍ଗୁରିପାଲି ଓ ବରପାଲି ପୋଲିସ ଦଳବଳ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଏସ୍‌ପି ଏବଂ ବରଗଡ଼ ଏସ୍‌ପି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଚ୍ୟୁତଙ୍କୁ କିଏ ଓ କେଉଁ କାରଣରୁ ଗୁଳି କରି ହତ୍ୟା କଲା, ତାହା ଏବେ ରହସ୍ୟାବୃତ ହୋଇଥିବା ବେଳେ ବ୍ୟକ୍ତିଗତ ଶତ୍ରୁତା ନା ଅନ୍ୟ କୌଣସି କାରଣ—ହତ୍ୟା ବିଭିନ୍ନ ମିଳିଥୂବା ଗୁଳି ରାଜନୈତିକ ବିବାଦ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ, ସେନେଇ ପୋଲିସ ବି ଦିଗରୁ ତଦନୁ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୋଲିସ ଆଧାରରେ ମିଳିଥିବା ପ୍ରମାଣ ଆଧାରରେ ରହସ୍ୟର ଉନ୍ମୋଚନ ପାଇଁ ପୋଲିସ ଗୁରୁତ୍ବ ଦେଉଥିବା ଜଣାପଡ଼ିଥିଲା।ଘଟଣାସ୍ଥଳରେ ପର୍ବତନ ମନ୍ତ୍ରୀ ରିତା ସାହୁଙ୍କ ସମେତ ବିଜେଡିର ସ୍ଥାନିୟ ନେତା ଓ ବ୍ଲକର ଜନପ୍ରତିନିଧି ମାନେ ପହଞ୍ଚିଥିଲେ। ଏଭଳି ରହସ୍ୟଜନକ ହତ୍ୟା ଘଟଣାକୁ ନେଇ ଆଗଲପୁର ସମେତ ବରପାଲି ଓ ଡୁଙ୍ଗୁରିପାଲି ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି କରିବା ସହ ଆଶ୍ଚର୍ଯ୍ୟଚକିତ କରିଦେଇଛି।