March 11, 2026

ଗଜପତି : ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ପ୍ରତିବାଦରେ….. ଗ୍ରାମବାସୀ ଓ ଅଭିଭାବକ ସ୍କୁଲ ଫାଟକରେ ତାଲା ପକାଇଲେ      

IMG-20250911-WA0040
Share

 

 

ପାରଳାଖେମୁଣ୍ଡି:୧୧/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ବ୍ଳକ୍ ଅଲଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଭାବ ଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଆସୁଛି. ଏନେଇ ବହୁବାର ଅନୁରୋଧ ସତ୍ୱେ କୌଣସି ପ୍ରତିକାର କରାଯାଉ ନ ଥିବା ଯୋଗୁଁ ଗ୍ରାମବାସୀ ଏବଂ ଅଭିଭାବକମାନେ ମିଳିତ ଭାବେ ଗତକାଲି ସ୍କୁଲ୍ ଫାଟକରେ ତାଲା ଠୁଙ୍କି ଧାରଣା ଦେଇଛନ୍ତି । ଅଭିଭାବକଙ୍କ ଅଭିଯୋଗ ହେଉଛି, ବିଦ୍ୟାଳୟରେ ୧୬୮ ଜଣ ଛାତ୍ରଛାତ୍ରୀ ୯ଟି ଶ୍ରେଣୀକକ୍ଷରେ ପଢୁଛନ୍ତି। କିନ୍ତୁ ପାଠ ପଢ଼ାଇବାକୁ ମାତ୍ର ପାଞ୍ଚଜଣ ଶିକ୍ଷକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ଦାୟିତ୍ଵରେ ରହିଛନ୍ତି. ଆଉ ଜଣେ ଡେପୁଟେସନ୍‌ରେ ଆସିଛନ୍ତି। ଦୁଇଜଣଙ୍କୁ ବିଏଲଓ କାମରେ ନିୟୋଜିତ କରାଯାଇଛି। ଫଳରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ବହୁବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ,କୌଣସି ସୁଫଳ ମିଳିଲାନି ଫଳରେ ସେମାନେ ସ୍କୁଲ ଫାଟକରେ ତାଲା ପକାଇ ସ୍କୁଲ ଆଗରେ ଧାରଣା ଦେଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଜୋର୍‌ଦାର କରିବାକୁ ଚେତାବନୀ ଦିଆଯାଇଛି।