March 12, 2026

ପଦ୍ମଲୋଚନ ପଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ

IMG-20250911-WA0034
Share

 

 

ବରଗଡ,ସୁରେନ୍ଦ୍ର କଠାର

: ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଲରମ୍ଭାଠାରେ ମହାବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତା ଯୋଗଜନ୍ମା ବ୍ରଜମୋହନ ପଣ୍ଡାଙ୍କ ସୁପୁତ୍ର ପଦ୍ମଲୋଚନ ପଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ ହୋଇ ଯାଇଅଛି। କଲେଜ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରୀ ଟଙ୍କଧର ପଧାନ, ଡ. ଜୟନ୍ତ କୁମାର ସାହୁ, ଶ୍ରୀ ସରୋଜ କୁମାର ନାୟକ,ଶ୍ରୀ ପ୍ରମୋଦ ଚନ୍ଦ୍ର ସେଠ , ବିଦେଶୀ ଛନ୍ଦ ପ୍ରମୁଖ ମହାବିଦ୍ୟାଳୟ ପ୍ରତି ସ୍ବର୍ଗତ ପଣ୍ଡାଙ୍କ ଅବଦାନର ସ୍ନୁତି ଚାରଣ କରିଥିଲେ।ଶେଷରେ ଅଧ୍ୟାପକ ଡ.ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଜନ୍ମଜୟନ୍ତୀ ଅବସର ରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।