ରେଙ୍ଗାଲିକେମ୍ପ ଠାରେ ମଣ୍ଡଲସ୍ତରୀୟ କର୍ମଶାଳା
ସୁରେନ୍ଦ୍ର କଠାରଙ୍କ ରିପୋର୍ଟ
ଅତାବିରା ବ୍ଲକ ଅଧିନ ରେଙ୍ଗାଲିକେମ୍ପ କାଳିମନ୍ଦିର ଠାରେ ବିଜେପି କୁଲୁଣ୍ଡା ମଣ୍ଡଲ ତରଫରୁ ମଣ୍ଡଲସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି କୁଲୁଣ୍ଡା ମଣ୍ଡଲ ସଭାପତି ନିରୋଜ ବାରିକଙ୍କ ସଭାପତିତ୍ବରେ |ଏହି କର୍ମଶାଳାରେ କୁଲୁଣ୍ଡା ମଣ୍ଡଲର ସମସ୍ତ ବୁଥରୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ |ବରିଷ୍ଠ ବିଜେପି କର୍ମୀ ତଥା ପୂର୍ବତନ ଜିଲାପରିଷଦ ସଭ୍ୟ ଯୁବରାଜ ପ୍ରଧାନ,ଯୁବ ବିଜେପି କର୍ମୀ ସୌରଭ ଭୋଇ,ସୂର୍ଯ୍ୟକାନ୍ତି ସାହୁ,ପ୍ରମୋଦ ରଥ,ତରଣୀ ମହାପାତ୍ର ପ୍ରମୁଖ ଯୋଗଦେଇ କର୍ମଶାଳା ବାବଦରେ ଓ ସେବା ପକ୍ଷ ସମ୍ପର୍କରେ ଆଲୋକପାତ କରିଥିଲେ |
