September 11, 2026
hand
Share

 

ଚିକିଟି ଶୁଭଶ୍ରୀ ପ୍ରଧାନ

ତାରିଖ- ୧୧/୦୯/୨୦୨୫

ପାତ୍ରପୁର ତହସିଲ ଅନ୍ତର୍ଗତ ତୁମ୍ୱା ପଂଚାୟତ ଭାଲିଆସାହି ଗ୍ରାମର ବୁଧବାର ରାତିରେ ଜଣେ ମହିଳା ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣା ପଡିଛି l ମୃତ ମହିଳା ଜଣକ ହେଲେ ରାଧା କାର୍ଜୀ। ମହିଳା ଜଣକ ଘରେ ସୋଇ ଥିବା ବେଳେ ଗତ ରାତ୍ର ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ତୁରନ୍ତ ତାଙ୍କୁ ପାତ୍ରପୁର ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନେଇ ଥିଲେ। ତେବେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଗୁରୁବାର ସକାଳେ ଜରଡା ପୋଲିସ ଡ଼ାକ୍ତରଖାନା ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି। ରାଧା କାର୍ଜୀ ଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।