March 10, 2026

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ନୀଳଗିରି ଗଛ କଟାକୁ ନେଇ ଭାଇ ଭଉଣୀ ମଧ୍ୟରେ ବିବାଦ ଘଟଣା ପହଞ୍ଚିଲା ଥାନାରେ*

IMG-20240911-WA0033
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଜମି ରେ ନୀଳଗିରି ଗଛ କଟାକୁ ନେଉ ଭଉଣୀ ଦେଲା ଭାଇ ନା ରେ ଲିଖିତ ଅଭିଯୋଗ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତି ବେନା ଗ୍ରାମରେ। ଏହି ଗ୍ରାମରେ ରହୁଥିଲେ ସୁଧିର ସରକାର, ବର୍ତ୍ତମାନ ସୁଧିର ଅରପାରିରେ। ସୁଧିର ଙ୍କ ନାମରେ ହାତି ବେନା ଗ୍ରାମରେ ୫ ଏକର ୩୬ ଡେସମିଲ ପଟା ଜମି ରହିଛି। ସୁଧିରଙ୍କ ଝିଅ ବିନୋଦିନୀ ଛଅ ବର୍ଷ ତଳେ ସମସ୍ତ ଜମିରେ ଖର୍ଚ୍ଚ କରି ନୀଳଗିରି ଲଗାଇ ଥିଲେ। ନୀଳଗିରି ଗଛ ପ୍ରଥମ କଟିଙ୍ଗ କରି ବିକ୍ରି କରିଥିଲେ ।ଦ୍ବିତୀୟ କଟିଙ୍ଗ ନିମନ୍ତେ ଗଛ ଗୁଡିକ ବହୁତ ବଡ଼ ବଡ ହୋଇଥିଲା। କିନ୍ତୁ ଗତ ୮ ତାରିଖ ପାହାନ୍ତିଆ ପ୍ରାୟ ୩ ଘଣ୍ଟା ସମୟରେ ୧ ନଂ ପାଉର ବେଲ ଗ୍ରାମର ପ୍ରେମା ମଣ୍ଡଳ, ହାତୀ ବେନା ଗ୍ରାମର ବିନୋଦିନୀ ଙ୍କ ଭାଇ ପ୍ରଦୀପ ସରକାର ଦୁହେଁ ମିଶି ନୀଳଗିରି ଗଛ ସବୁ କାଟି ନେବା ସହ କିଛି ଗଛ ଗୁଡ଼ିକୁ କାଟି ରାସ୍ତା ଉପରେ ଆଣି ଗଦା କରିଥିଲେ। ଗଛ କାଟି ନେଉଥିବା ଖବର ପାଇ ବିନୋଦିନୀ ସକାଳ ୬ ଘଣ୍ଟା ସମୟରେ ଜମିରେ ପହଞ୍ଚି ଥିଲେ ପରେ ଏନେଇ ବିନୋଦିନୀ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଗଛ କାଟିବାକୁ ମନା କରିଥିଲେ ଏବଂ ଉକ୍ତ ଟ୍ରାକ୍ଟର ଏବଂ ନୀଳଗିରି ଭର୍ତି ଗାଡି ଜବତ କରି ଥାନାକୁ ଆଣିଥିଲେ ଘଟଣା ଟି ଏତିକିରେ ସରି ନଥିଲା।ଘଟଣା ଟି ଯାଇ ଶେଷରେ କୋର୍ଟ ରେ ପହଞ୍ଚିଲା। କୋର୍ଟ ବିନୋଦିନୀ ସପକ୍ଷରେ ରାୟ ଦେଲେ ଓ ସମାଧାନ ନହେବା ଯାଏ ଗଛ କାଟିବାକୁ ମନା କରାଯାଇଥିଲା। କିନ୍ତୁ ୯ ତାରିଖ ପାହାନ୍ତିଆ ୪ ଘଣ୍ଟା ସମୟରେ କୋର୍ଟ ରେ ଆଦେଶ କୁ ଅବମାନନା କରି ପୁଣି ଥରେ ଏକ ଟ୍ରାକ୍ଟର (ଓଡି-୨୪-ଏ-୮୧୮୫) ଯୋଗେ ନୀଳଗିରି ଗଛ ଗୁଡିକ କାଟି ନେଇଯାଇଥିଲେ। ବିନୋଦିନୀ ଙ୍କ ଭାଇ ପ୍ରଦୀପ କୋର୍ଟ ଆଦେଶ କୁ ଅବମାନନା କରିବା ସହ ଭଉଣୀ ଙ୍କୁ ବାପା ଜମିରେ ଭାଗ ନଦେବା ପାଇଁ ରୋକ ଠୋକ ମନା କରିଦେଇଥିବା ବିନୋଦିନୀ ଅଭିଯୋଗ କରିଛନ୍ତି ।ଏହି ବିଷୟରେ ବର୍ତମାନ ଥାନା ରେ କୌଣସି ମାମଲା ରୁଜୁ ନ ହେବା ସହ ଜାଗା ଡିମାର୍ଗେସନ ପରେ ହି ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିବା ସହ ସିଜ ହେଇଥିବା ଗାଡି କୁ ଛାଡି ଦେଇଥିଲେ।