September 21, 2024

ଜୟ କିଶାନ ସେବାଶ୍ରମ ଠାରେ ଚକ୍ଷୁ ଚିକିତ୍ସା 

Share

ବୁଗୁଡ଼ା:ତା ୧୧/୦୯/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ଝୋଲରୀ ଗ୍ରାମସ୍ଥ ଜୟ କିଶାନ ସେବାଶ୍ରମ ଠାରେ ବ୍ରହ୍ମପୁର ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ଜନକଲ୍ୟାଣକାରୀ ଚକ୍ଷୁ ଶିବିର ଟ୍ରଷ୍ଟି କାର୍ତ୍ତିକଶ୍ବର ବିଷୋୟୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୩୦ ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେଥି ମଧ୍ଯରୁ ୭ ଜଣଙ୍କୁ ଶଙ୍କର ମେଡିକାଲକୁ ମାଗଣାରେ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ପଠାଇ ଦିଆଯାଇଛି । ଏହି ଶିବିରରେ ମେଡିକାଲ ପକ୍ଷରୁ ଟିମ୍ ମେମ୍ବର ଚିତ୍ରସେନ ଗୌଡ, ସାଗର ମହାନ୍ତି ଚକ୍ଷୁ ପରୀକ୍ଷା କରିଥିଲେ ଏବଂ ଶିବିର ପରିଚାଳନାରେ ଝୋଲରୀ ଯୁବକ ସଂଘର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।