November 26, 2024

ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ l

Share

 

ରାୟଗଡ:ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପତାୱରୀ, ଆଜି ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ନିମନ୍ତେ ନୂତନ କୋଠା ନିର୍ମାଣ ନିମନ୍ତେ ସଠିକ ସ୍ଥାନ ନିରୂପଣ ଉପରେ ଅନୁଧ୍ୟାନ କରିଥିଲେ l ନୂତନ କଥାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ,ସୂଚନା କେନ୍ଦ୍ର ଓ ପାଠାଗାର,ଦୃଶ୍ୟ ଶ୍ରାବ୍ୟ ଭଣ୍ଡାର ଗୃହ, ପ୍ରେସ ଲାଉଞ୍ଜ ପାଇଁ ବ୍ୟବସ୍ଥା କରାଯିବ l ଜିଲ୍ଲା ସାଂସ୍କୃତିକ ଭବନ ଭିତରେ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜିଲ୍ଲାସଂସ୍କୃତି କାର୍ଯ୍ୟାଳୟ, ଜିଲ୍ଲାପାଠାଗାର ଓ ମି୍ୟୂଜମ ଚାଥିବା ଦେଖିଲେ l ଜିଲ୍ଲାସଂସ୍କୃତି ଭବନରେ ପାଠାଗାର କାର୍ଯ୍ୟକାରୀ ହେଉଥିବାରୁ ଓ ପାଠକ ମାନଙ୍କ ନିମନ୍ତେ ସୁସ୍ଥ ପରିବେଶ ଆବଶ୍ୟକ ହେଉଥୁବାରୁ ପୂର୍ବତନ ଜିଲ୍ଲାପାଳ ଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ପ୍ରେସ୍ର ଲାଉଞ୍ଜ ପରିଚାଳନା ନିମନ୍ତେ ଜିଲ୍ଲାସଂସ୍କୃତି ଭବନ ପଛପଟେ ଥିବା ଖାଲି ଜାଗାକୁ ଲୋକସମ୍ପର୍କ ବିଭାଗକୁ ଅlବଣ୍ଠିତ କରିଥିଲେ l ଏହି ସ୍ଥାନରେ ନିର୍ମାଣ ନିମନ୍ତେ ବଜେଟ ଅଟକଳ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପଠାଇବା ପୂର୍ବରୁ ବର୍ତ୍ତମାନ ଜିଲ୍ଲାପାଳ ଶ୍ରୀମତୀ ପଟାୱରୀ ବିସ୍ତୃତ ଭାବରେ ଅନୁଧ୍ୟାନ କରିଥିଲେ ଓ କୋଠାବାଡି ବିଭlଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଆଜି ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲାକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲାସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ରାସ୍ତା ଓ କୋଠାବାଡି ନିର୍ମାଣ ବିଭାଗର ଏସଡ଼ିଓ, କନିଷ୍ଠ ଯନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ସଂସ୍କୃତିକ ବିଭାଗର ସମସ୍ତ କର୍ମଚାରୀ,କିଛି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.