November 26, 2024

ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

Share

ରାୟଗଡ: ସୁଭଦ୍ରା ଯୋଜନାର ଜିଲ୍ଲାସାରl ଆବେଦନ ପ୍ରକ୍ରିୟା ଚାଲୁରହିଛି l ଜିଲ୍ଲାର ୨୧ବର୍ଷରୁ ଉର୍ଦ୍ଧ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ, ସେମାନେ ଆବେଦନ କରିବା ପାଇଁ ଉତ୍ସାହିତ କରାଯାଉଛି l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି l ଏନେଇ ଅନଲାଇନରେ ଆବେଦନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ୍, ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଗୁଡିକ ର ଦାୟିତ୍ୱ ବଣ୍ଟନ କରିଛନ୍ତି l ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କୁ ଜିଲ୍ଲାର ଵିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକକୁ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି l ସେହିପରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ଶ୍ରୀ ନିହାରରଞ୍ଜନ କହଁରଙ୍କୁ ଜିଲ୍ଲାର କୋଲନରl, ଗୁଣୁପୁର, ରାୟଗଡ ପୌରପରିଷଦ ଓ ଗୁଣୁପୁର ପୌର ପରିଷଦ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି । ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରଣଦୀପ କୌର ସହଟାଙ୍କୁ ଜିଲ୍ଲାର ପଦ୍ମପୁର, ଗୁଡ଼ାରୀ ଓ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ପରିଷଦ ଓ ରାମନାଗୁଡ଼ା ବ୍ଲକରେ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀଙ୍କୁ ରାୟଗଡ଼, କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକର ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାର ସମସ୍ତ ୨୦୮୩ଅଙ୍ଗନବାଡ଼ି କେନ୍ଦ୍ର ରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ମିଳୁଥିବା ବେଳେ, ମୋଟ ୭୨୭ଜନସେବା କେନ୍ଦ୍ର, ୧୦୦ଟି ମୋ ସେବା କେନ୍ଦ୍ରରେ ଜିଲ୍ଲାର ମହିଳା ମାନେ ଆବେଦନ କରୁଛନ୍ତି l ସୂଚନା ଥାଉକି ଯୋଗ୍ୟ ମହିଳା ମାନଙ୍କୁ ପାଞ୍ଚ ବର୍ଷରେ ୫୦ହଜାର ଟଙ୍କା ଦିଆଯିବ l ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ l ଜନସାଧାରଣଙ୍କ ସୁଭଦ୍ରା ସଚେତନତା ପାଇଁ ଛଅଗୋଟି ସଚେତନତାରଥ ଜିଲ୍ଲାର ବିଭିନ୍ନ ବ୍ଲକରେ ଗତ ୭ତାରିଖରୁ ଆରମ୍ଭ କରି ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ପ୍ରଚାର ସହ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି l ଖବର ସଂଗ୍ରହ ବେଳକୁ ଜିଲ୍ଲାର ୧୮ହଜାର ୨୦୦ରୁ ଅଧିକ ଆବେଦନକାରୀ ଏଥି ନିମନ୍ତେ ଆବେଦନ କରିସାରିଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.