September 21, 2024

ସହରରେ ଗାଈଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟ ଭବାନୀପାଟଣା …

Share

        ସହରରେ ଗାଈଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟ ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ):ଭବାନୀପାଟଣା ସହରରେ ବୁଲା ଗାଈଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟ ଦିନକୁଦିନ ବଢ଼ି ଚାଲିଛି। ସହରରେ ପ୍ରାୟ ସମସ୍ତ ରାସ୍ତାରେ ଗାଈଗୋରୁ ଓ କୁକୁର ବୁଲୁଛନ୍ତି। ସଂଧ୍ୟା ସମୟରେ ରାସ୍ତା ମଧ୍ୟବର୍ତ୍ତୀ ସ୍ଥାନ ହେଉଛି ସେମାନଙ୍କର ବିଶ୍ରାମସ୍ଥଳ। ସହରର ସମସ୍ତ ରାସ୍ତାରେ ସବୁବେଳେ ଶହଶହ ଗାଡି ମୋଟର ଯାତାୟାତ କରିଥାଏ। ସେ ସମୟରେ ଗାଈଗୋରୁ ଓ କୁକୁର ଗାଡି ସାମ୍ନାକୁ ଅସିଜାଇଥାନ୍ତି। ତେଣୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟିଥାଏ। ବିଶେଷକରି ବାଇକ ଚାଳକ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତାଛଡା ପରିବା ବଜାରରେ ଦିନରେ ଗାଇମାନଙ୍କ ଦ୍ୱାରା ପରିବା ବିକାଳୀ ମାନେ ହଇରାଣ ହୋଇଥାନ୍ତି। ଗାଇମାନେ ଜବରଦସ୍ତ ପରିବାସବୁ ମୁହଁରେ ଟାଣି ଆଣନ୍ତି। ସଂଧ୍ୟା ହେଲେ ତ ରାସ୍ତାରେ ମେଳା କରିଥାନ୍ତି। ଯେତେ ଗାଡି ଆସି ହର୍ଣ ଦେଲେ ମଧ୍ୟ ଟିକିଏ ବି ହଲୁନାହାନ୍ତି। ତେଣୁ ଗାଡି ଚାଳନା ବିଶେଷ ଭାବେ ବାଧା ପ୍ରାପ୍ତ ହେଉଛି। ଏ ବିଷୟ ନେଇ ଲୋକେ ପୌରପାଳିକା ନିକଟରେ ଅଭିଯୋଗ କରୁଛନ୍ତି। ପୌରପାଳିକା ଏ ବିଷୟରେ ପଦକ୍ଷେପ ସ୍ୱରୂପ କିଛି ଗାଈଗୋରୁଙ୍କୁ ନେଇ କାଞ୍ଜି ହାଉସରେ ରଖିଲା ପରେ ଗାଈ ମାଲିକମାନେ ସେଠାରୁ ନିଜର ଗାଇମାନଙ୍କୁ ମୁକୁଳାଇ ପୁଣିଥରେ ଛାଡି ଦେଉଛନ୍ତି।ଏଇଥିପାଇଁ ପୌରପାଳିକା ଓ ଜନସାଧାରଣଙ୍କର ମୁଣ୍ଡବ୍ୟଥା ବଢିଛି। ଏ ସମସ୍ୟାର ବିକଳ୍ପ ସମାଧାନ କଣ ହୋଇପାରେ ସେନେଇ ସବୁଠି ଆଲୋଚନା ଚାଲିଛି। ତା’ଛଡା ବୁଲା କୁକୁରଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡିଲେଣି। ସେମାନଙ୍କ ସଂଖ୍ୟା ଏତେ ବଢ଼ିଗଲାଣି ଯେ, ସେମାନଙ୍କ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ତାହା ଚିନ୍ତାର ବିଷୟ ହୋଇଛି। କାରଣ ଅନେକ ସମୟରେ ଲୋକେ ସେମାନଙ୍କର ଦଂଶନର ଶିକାର ହେଉଛନ୍ତି। ଖାସକରି ସ୍କୁଲ ପିଲାମାନେ ବେସି ହଇରାଣ ହୋଇ ଥାନ୍ତି। ତେଣୁ ଏହି ସବୁ ସମସ୍ୟାର ଉଚିତ ଓ ଶୀଘ୍ର ସମାଧାନ ପାଇଁ ଜନସାଧାରଣ ଦାବି କରିଛନ୍ତି।