November 26, 2024
Share

 

୧-ସୁଭଦ୍ରା ପାଇଁ ଟଙ୍କା ମାଗିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ,ଫର୍ମ ଅପଲୋଡିଂ ପାଇଁ ସରକାର ଦେଉଛନ୍ତି ୧୫ ଟଙ୍କା।

 

୨-୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା, ଦେଢ଼ ଲକ୍ଷ ପଦରେ ନିଯୁକ୍ତି,୩.୫ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି।

 

୩-ରାଜ୍ୟରେ ନାହିଁ ପାଠାଗାର ପରିଷଦ, ଗଢ଼ା ହୋଇନି ଜିଲ୍ଲା ପାଠାଗାର କମିଟି।

 

୪-ଓଡ଼ିଆ ସିନେମା :କଳା କମ୍,କଳି ବେଶି, ସମସ୍ତେ ଏଠି ସୁପର୍ ଷ୍ଟାର।

 

୫-ଭୁବନେଶ୍ୱର:ମେଟ୍ରୋ ପାଇଁ ବଳି ପଡିବ ୩ ହଜାର ଗଛ, ବିମାନ ବନ୍ଦରରୁ କିଟ୍ ଛକ ଯାଏଁ କଟା ହେବ।

 

୬-କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଞ୍ଚକତା; ଓସେପା କାର୍ଯ୍ୟାଳୟ ଆଗରେ ବିଏଡ ଡିଗ୍ରୀଧାରୀ ମାନଙ୍କ ଧାରଣା

 

୭-ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ଟ୍ରେନ,ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ରେଳ ମନ୍ତ୍ରୀ।

 

୮-ପାଟଣାଗଡ଼:ହିଟ ଆଣ୍ଡ ରନ,୩ ଯୁବତୀ ଗୁରୁତର, କାର ଚାଳକ ଗିରଫ।

 

୯-୪୧ଟି ହାତୀଙ୍କୁ ମାରିଛନ୍ତି ଶିକାରୀ:୧୦ବର୍ଷରେ ହାତୀ ନେଇଛନ୍ତି ୧୧୪୫ଜୀବନ।

 

୧୦-ବଜାରକୁ ଆସିଲା ଗେରୁଆ ରଙ୍ଗର ଓମଫେଡ ଦୁଗ୍ଧ ପ୍ୟାକେଟ।

 

୧୧-ଡେଲାଙ୍ଗରେ ହେବ ୫ ମେଗା ପାନୀୟ ଜଳ ପ୍ରକଳ୍ପ, ପ୍ରଦୁଷଣ ମୁକ୍ତ ଜଳ ଉପରେ ଧ୍ୟାନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ।

 

୧୨-ବର୍ଷା କ୍ଷୟକ୍ଷତି ଏବଂ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 

୧୩-ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଡୁମାପଦା ଗାଁରେ ବଜ୍ରପାତରେ ଦୁଇ ଚାଷୀ ମୃତ।

 

୧୪-ଢେଙ୍କାନାଳ:ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ଗ୍ରାମରେ ରାଜ୍ୟ ମହିଳା କମିଶନର, ୧୫ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ପାଇଁ ଏସପିଙ୍କୁ ନିର୍ଦ୍ଦେଶ।

 

୧୫-ବାଙ୍କୀ,ପାଳପୁଟ ଗାଁ:ଜମି ଜମା ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ; ୭ ଗିରଫ।

 

୧୬-ଭର୍ତ୍ତୃହରିଙ୍କ ରେଭେନ୍ସା ସମ୍ପାଦକୀୟ; କଡ଼ା ସମାଲୋଚନା କଲା ବିଜେଡି

 

୧୭-ପୋଲଭରମ ପ୍ରକଳ୍ପକୁ ବିରୋଧ : ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଲେ ବିଜେଡିର ପୋଲାଭରମ ପ୍ରକଳ୍ପ ଅନୁଧ୍ୟାନକାରୀ ଟିମ୍।

 

୧୮-ମୁରବି ବିହୀନ ରାଜ୍ୟ କଂଗ୍ରେସ । ୫୦ ଦିନ ହେଲା ଖାଲି ପଡିଛି ପିସିସି ସଭାପତି ପଦ।

 

୧୯-ଲମତାପୁଟ୍:ଭାସିଗଲା ଅସ୍ଥାୟୀ ଲୁହା ପୋଲ, ଆନ୍ଧ୍ର-ଓଡ଼ିଶାକୁ ଯୋଗାଯୋଗ ବିଚ୍ଛିନ୍ନ।

 

୨୦-ଟୋଲ ଗେଟ୍ ରେ ଅଟକିବନି ଗାଡ଼ି,GPSରେ ହେବ ଶୁଳ୍କ ଆଦାୟ।

 

୨୧-ମଣିପୁର ପୁଣି ଅଶାନ୍ତ, ସପ୍ତାହରେ ୧୧ ମୃତ୍ୟୁ,୫ ଦିନ ଇଣ୍ଟରନେଟ ସେବା ବନ୍ଦ,ଇମ୍ପାଲରେ କର୍ଫ୍ୟୁ।

 

୨୨-ପ୍ରବଳ ବର୍ଷା ଯୋଗୁଁ ହିମାଚଳରେ ରାଜପଥ ସମେତ ୭୬ଟି ରାସ୍ତା ବନ୍ଦ; ବନ୍ୟାରେ ପୋଲ ଭୁଶୁଡ଼ିଲା।

 

୨୩-ଭାରତ-ଆମେରିକାର ବଡ଼ ଡିଲ: ବିଶ୍ୱସ୍ତରରେ ମଜଭୁତ ହେବ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରୀ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.