September 29, 2024

ଗଜପତି:- ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫-୦’ର ଶୁଭାରମ୍ଭ ସମାରୋହ କାର୍ଯ୍ୟକ୍ରମ

Share

ଗଜପତି:- ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫-୦’ର ଶୁଭାରମ୍ଭ ସମାରୋହ କାର୍ଯ୍ୟକ୍ରମ
———————————————-
ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗମ ସାହି ପ୍ରାଥମିକ ବିଦ୍ୟାଳୟ ପରିସର’ରେ ଥିବା ଜ୍ଵର ପରୀକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ମିଶନ ଇନ୍ଦ୍ରଧନୁ’ଷ ୫.୦ ର ଶୁଭାରମ୍ଭ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ’ରେ ଡିଏମଓ: ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟିକ୍ଷକ ଡ଼ାଃ ପ୍ରମୋଦ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟିବା ସହ ଜଣେ ଶିଶୁ’କୁ ଔଷଧ ବୁନ୍ଦା ଦେଇ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଥିଲେ ।
ଏହି ଅବସର’ରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଡ଼ାଃ ପଣ୍ଡା , ମଞ୍ଚାସିନ ରହି ନିୟମିତ ଭାବେ ଏହି ଟୀକାକରଣ କାର୍ଯ୍ୟକ୍ରମ’ରେ ଜନ୍ମଠାରୁ ୫ ବର୍ଷ ବୟସ ମଧ୍ୟରେ ଥିବା ଯେଉଁ ଶିଶୁ ମାନେ ଟିକା ନେବାରୁ ବଞ୍ଚିତ ଅଛନ୍ତି ବା ଅନିୟମିତତା ବାହାରେ ଟିକା ଗ୍ରହଣ କରିଥିବେ ଏବଂ ଯେଉଁ ଗର୍ଭବତୀ ମାଆ ମାନେ ଟିକା ନେଇ ନ ଥିବେ , ସେମାନଙ୍କୁ ଏହି ମିଶନ ଇନ୍ଦ୍ରଧନୁଷ ୫.୦ କାର୍ଯ୍ୟକ୍ରମ’ରେ ଟୀକାକରଣ କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
୫ ବର୍ଷ ବୟସ’ରୁ କମ ବୟସ’ର ଶିଶୁ ମାନଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ଦିଗରେ ଏହି ଟୀକାକରଣ’ର ଗୁରୁତ୍ଵ ଅଧିକ । ଏଥିରେ ଶିଶୁ ମାନଙ୍କୁ ଯେଉଁ ସବୁ ଟିକା ଦିଆ ହେଉଛି , ସେ ସବୁ ଟିକା ସମ୍ପୂର୍ଣ ସୁରକ୍ଷିତ ଅଟେ । ଶିଶୁ’ଙ୍କୁ ଏହି ସବୁ ଟିକା ଦେବା ଦ୍ଵାରା ମିଳିମିଳା ଓ ରୁବେଲା ଭଳି ଅନ୍ୟାନ୍ୟ ରୋଗ ନିର୍ମୂଳ ହେବା ସହ ସେମାନଙ୍କ ମାନସିକ ଓ ଶାରୀରିକ ଶକ୍ତି’ର ବିକାଶ ହେବାରେ ବିଶେଷ ସହାୟକ ହୋଇଥାଏ ।
ଜିଲ୍ଲାରେ ୨୮୦ ଗୋଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୧୧୯୧ ଜଣ ଶିଶୁ’ଙ୍କୁ ଏବଂ ୨୫୧ ଜଣ ଗର୍ଭବତୀ ମାଆ’ଙ୍କୁ ଟୀକାକରଣ କରାଯିବା’କୁ ଲକ୍ଷ୍ୟଧାର୍ଯ୍ୟ ରହିଛି ଏବଂ ଏହି ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାବ୍ୟାପୀ ୧୪୧ ଜଣ ଏଏନଏମ: ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ସହଯୋଗ କରିବା ପାଇଁ ୫୦୦ ରୁ ଉର୍ଦ୍ଧ୍ବ ଆଶା ଓ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି ବୋଲି ସୂଚନା ଦେଇ କହିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ: ସୌମ୍ୟା ରାଣୀ ଗୌଡ଼ , ଡିଏସଆଇ:- ଶ୍ରୀ ନେତ୍ରାନନ୍ଦ ଶତପଥୀ , ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ , ଏଡିପିଏଚସିଓ:- ଶ୍ରୀମତୀ ନୟନା ମଲ୍ଲିକ ଏବଂ ଏପିଏମ: ଶ୍ରୀମତୀ ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ମିଶନ ଇନ୍ଦ୍ରଧନୁଷ ୫.୦ ଏବଂ ସମ୍ପୂର୍ଣ ଟୀକାକରଣ’ର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଟୀକାକରଣ କାର୍ଯ୍ୟକ୍ରମ’ରେ ଏଏନଏମ: ଶ୍ରୀମତୀ ଆରତୀ ବେବର୍ତ୍ତା ଆସିଥିବା ଶିଶୁ ଓ ଗର୍ଭବତୀ ମାଆ ମାନଙ୍କୁ ଟିକାକରଣ ଆମନ୍ତ୍ରଣ ପତ୍ର ଦ୍ଵାରା ଆହ୍ବାନ କରିବା ପରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏହି ଟୀକାକରଣ କାର୍ଯ୍ୟକ୍ରମରେ ଏଏନଏମ: ଶ୍ରୀମତୀ ଆରତୀ ବେବର୍ତ୍ତା ଆସିଥିବା ଶିଶୁ ଓ ଗର୍ଭବତୀ ମାଆ ମାନଙ୍କୁ ଟିକା ଦେଇଥିବା ବେଳେ ଏଥିରେ କେନ୍ଦ୍ର’ର ଆଶାକର୍ମୀ ଗଣ ଯଥା:- ପି: ନିହାରିକା , ଡି: ପାର୍ବତୀ , ଏସ: ରେଣୁକା , ତୃପ୍ତିମୟୀ ପଟନାୟକ ଏବଂ ରଞ୍ଜିତା ପ୍ରଧାନ ସମେତ ଅଙ୍ଗନବାଡ଼ି କର୍ମୀ ବି: ଶାରଦା ପ୍ରମୁଖ ସହଯୋଗ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ’କୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି’ର ଆଇସିଏ: ଶ୍ରୀ ସୁରେଶ କୁମାର ଜେନା ଏବଂ ଡବ୍ଲ୍ୟୁଏଚଓ:-ଏଫଏମ ଶ୍ରୀ ସାଗର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା’ରେ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–