September 29, 2024

ବଞ୍ଚୋରେ ବିଜେଡିର କର୍ମୀ ସମ୍ମିଳନୀ

Share

ବଞ୍ଚୋରେ ବିଜେଡିର କର୍ମୀ ସମ୍ମିଳନୀ

ହାଟଡିହି,୧୧/୯ : ହାଟଡିହି ବ୍ଲକ୍ ବଞ୍ଚୋ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ଆନନ୍ଦପୁର ବିଧାୟକ ଭାଗିରଥ୍ ସେଠୀ ଯୋଗଦେଇ ବଞ୍ଚୋ ପଞ୍ଚାୟତକୁ ବିକାଶ ରାସ୍ତାରେ ଆଗେଇ ନେବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଯେପରି ବିକାଶର ଯେପରି ହାଓ୍ବା ବହୁଛି ତାହାକୁ ବଜାୟ ରଖୁବା ପାଇଁ ସମସ୍ତ ବିଜେଡି କର୍ମୀମାନେ ଏକଯୁଟ ହୋଇ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ବଞ୍ଚା ପଞ୍ଚାୟତରେ ରାସ୍ତା, ସ୍ବାସ୍ଥ୍ୟସେବା ପାଇଁ ଏଏନଏମ ସେଣ୍ଟର, ଉଠା ଜଳସେଚନର ବ୍ୟବସ୍ଥା ଅତିଶୀଘ୍ର କରାଯିବା ସହିତ ଅନ୍ୟ ଯେଉଁସବୁ କାମ ବାକି ପଡିଛି ତାହାକୁ ଅତିଶୀଘ୍ର କରାଯିବ ବୋଲି ସେ ପରାମର୍ଶ ଦେଇ ତୃଣମୂଳ ସ୍ତରରୁ ବିଜେଡିକୁ ଅଧୂକ ସୁଦୃଢ଼ ରହିବ ସେନେଇ ମତବ୍ୟକ୍ତ କରିଥିଲେ। ଏଥିରେ ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ ଯୋଗଦେଇ ପଞ୍ଚାୟତରେ ହୋଇଥିବା ବିକାଶନ୍ମୋଖୀ କାର୍ଯ୍ୟ ଗୁଡିକୁ ଆଗେଇନେବା ସହିତ ସମସ୍ତେ ଏକଜୁଟ ହୋଇ କାମ କରିବାକୁ କହିଥିଲେ। ସରପଞ୍ଚ ପ୍ରଶାନ୍ତ ରାଉତ ବିଜେଡି ସରକାର ସମୟରେ ପଞ୍ଚାୟତରେ ହୋଇଥିବା ବିଭିନ୍ନ କାର୍ଯ୍ୟର ସୂଚନା ଦେବା ସହିତ ମିଶାନଶକ୍ତିର ମହିଳାଙ୍କ ପାଇଁ ଘର ଯୋଗାଇ ଦେବାନେଇ ମତବ୍ୟକ୍ତ କରିଥିଲେ। ବୈଠକରେ ପ୍ରମିଳା ବରାଳ, ସସ୍ମିତା ସୁତାର, ପ୍ରଭାକର ଖଣ୍ଡା, ସୁବ୍ରତ ବରାଳ, ପ୍ରଦୀପ ଜେନା, ନନ୍ଦ କିଶୋର ବେହେରା, ଅରୁଣ ବେହେରା, ଅକ୍ଷୟ ଖଟୁଆ, ଜଗନ୍ନାଥ ଦାସଙ୍କ ସମେତ ବହୁ ୱାର୍ଡସଭ୍ୟସଭ୍ୟା ଯୋଗଦେଇଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ