September 29, 2024

ଜ଼ିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Share

ଜ଼ିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚଯାତ କାର୍ଯ୍ୟଲୟ ପରିସର ରେ ସୋମବାର ଦିନ ଜ଼ିଲ୍ଲା ପାଳଙ୍କ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିର ଆଜି ଅନୁଷ୍ଠିତ ହେଇ ଥିଲା l ଏଥିରେ ଜ଼ିଲ୍ଲା ପାଳ ଉପସ୍ଥିତ ନ ଥିବା ବେଳେ ଉପ ଜ଼ିଲ୍ଲା ପାଳ ଯୋଗଦେଇ ଥିଲେ l ଉକ୍ତ ଶିବିର କୋଟପାଡ଼ ଅଞ୍ଚଳର ଭିବିନ୍ୟ ଉନୟନ କାର୍ଯ୍ୟ ଗୁଡିକ କୁ ନେଇ ଆଲୋଚନା ହେଇଥିବା ବେଳେ କାର୍ଯ୍ୟ ଗୁଡିକ କେତେ ଦୂର ଆଗେଇ ପାରିଛି ତାହା ନେଇ ଆଲୋଚନା ହେଇଥିଲା l ପ୍ରଥମେ ସହର ର ମୁଖ୍ୟ ରାସ୍ତା ପାଶ୍ୱ ଦେବାନମୁଣ୍ଡା ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ କୁ ନେଇ ଆଲୋଚନା କରିବା ସହ,କେଉଁ ଏସ, ଏସ, ଜି ଗ୍ରୁପ କାର୍ଯ୍ୟ କରୁଛି, ଦମୟନ୍ତୀ ସାଗର କାର୍ଯ୍ୟକୁ ନେଇ ଏନ, ଏ, ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା ଙ୍କୁ ଉପ ଜ଼ିଲ୍ଲାପାଳ ପ୍ରଭାତ ପରିଡା ପଚାରି ବୁଝିଥିଲେ, ସେଭଳି ବ୍ଲକର ସମସ୍ତ ସରପଞ୍ଚ ଏକତ୍ରିତ ହେଇ କୋଟପାଡ଼ ଭାରତୀୟ ଷ୍ଟେଟବ୍ୟଙ୍କରେ ପେନସେନ ନେବା ସକାସେ ଗ୍ରାମାଞ୍ଚଳ ବୁଢା ବୁଡି ମାନଙ୍କୁ ବୋହୁ ହୋଇରାଣ ହେଉଥିବା ନେଇ ଅଭିଯୋଗ କରିଥିଲେ, ଏହାର ତୁରନ୍ତ ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ l ଏଥି ସହ  ରାସ୍ତା ଘାଟ. ଏକଲବ୍ୟ ସ୍କୁଲ ରେ ନିଯୁକ୍ତି. ଜମି ଜମା ମାପ ଚୁପ. ଭତା. ଉନ୍ନୟନ ମୂଳକ କାମ ଇତ୍ୟାଦି ବ୍ୟକ୍ତି ଗତ ଓ ଗୋଷ୍ଠୀ ଗତ ମୋଟ ପନ୍ଦର ଗୋଟି ଅଭିଯୋଗ ର ଶୁଣାଣି ହୋଇଥିଲା l ସି,ଡି,ଓ, ଗୌରବ ଶିବାଜୀ ଇସଲୱାର ଏ,ଏସ,ପି,ଶ୍ରୀକାନ୍ତ ବେହେରା. ବିଡ଼ିଓ ଶ୍ରୀମତୀ ସ୍ନେହ ପ୍ରଭା ମାଝୀ, ଜ଼ିଲ୍ଲା ମଙ୍ଗଳ ଆଧିକାରୀ  ସୁନୀଲ କୁମାର ତାଣ୍ଡି. ସହକାରୀଯନ୍ତ୍ରୀ ଶ୍ରୀ କ୍ଷୀରୋଦ ବେହେରା,କନିଷ୍ଟ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ନନ୍ଦ, ଓଏଲମ ବିପିଏମୟୁ ସୁଶ୍ରୀ ନମିତା ଵାଘ. ଡ଼ବୁଲ, ୟୁ ଓ  ଆକାଶ ଜେନା. ଯୋଗାଣ ବିଭାଗ ଅଧିକାରୀ ସନ୍ତୋଷ ବେହେରା ଙ୍କ ସମେତ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l  ଶିବିର ସମାପ୍ତ ହବା ପରେ ବିଭିନ୍ନ ଉନ୍ନୟନ ମୂଳକ କାମ ର ପରିଦର୍ଶନ କରିବାକୁ  ଅଧିକାରୀ ମାନେ ଗସ୍ତ କରି ତଦାରଖ କରିଥିବା ଜଣାପଡିଛି, lକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା I