September 29, 2024
Share

ବିଶ୍ଵ ପ୍ରାଥମିକ ଉପଚାର ଦିବସ

ହାଟଡିହି,୧୧/୯ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ, ସଢ଼ା ପରିସର ରେ ବିଶ୍ଵ ପ୍ରାଥମିକ ଉପଚାର ଦିବସ ଶନିବାର ଦିନ ପାଳିତ ହୋଇଯାଇଛି।ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଜେନା ଅଧ୍ୟକ୍ଷତା କରିଥିଲେ।ଏହି ବିଦ୍ୟାଳୟର ଗଣିତ ଶିକ୍ଷକ ତଥା ଜୁନିଅର ରେଡ କ୍ରସ ର କାଉନସିଲର ଶ୍ରୀ ନବଘନ ନାୟକ ପ୍ରାଥମିକ ଉପଚାର ବିଷୟରେ ତାଲିମ ଦେଇଥିଲେ। ପ୍ରାଥମିକ ଉପଚାର ଏକ ଜୀବନ ରକ୍ଷାକାରୀ କୌଶଳ ଯାହାକି ପ୍ରତ୍ୟେକ ବ୍ୟକ୍ତି ଜାଣିବା ଆବଶ୍ୟକ ବୋଲି ଶ୍ରୀ ନାୟକ କହିଥିଲେ । ଦୁର୍ଘଟଣା ପରିଚାଳନା(ଡିଆରଏସ୍ଏବି), କୁକୁର ଓ ସାପ କାମୁଡା, ବିରୁଡ଼ି ବିଁନ୍ଧିବା,ମୁଣ୍ଡ ଫାଟିବା,ହାଡ଼ ଭାଙ୍ଗିବା,ଦେହରେ କ୍ଷ ତ ହୋଇ ରକ୍ତ ବାହାରିବାଇତ୍ୟାଦିର ପ୍ରାଥମିକ ଉପଚାରର କୌଶଳ ଶିଖା ଇଥିଲେ।ଆହତ ବ୍ୟକ୍ତିଙ୍କୁ କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର କୌଶଳ ମଧ୍ୟ ଶିଖାଇଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀ ନୟନବାଳା ନାୟକ,ସ୍ଵାତୀ ସୁଚରିତା ବେହେରା,ସୁଷମା ମିଶ୍ର ,ଆରତୀ ବେହେରା ,ନିବେଦିତା ଚନ୍ଦ୍ରକଳା ଦେବୀ,ହରିହର ପଣ୍ଡାଓ ଖେଳ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସ ସହଯୋଗ କରିଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ