September 29, 2024

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ଉପଜିଲ୍ଲାପାଳ

Share

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ଉପଜିଲ୍ଲାପାଳ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଦୀର୍ଘ ଏକ ମାସ ପରେ ସୁସ୍ଥ ହୋଇ ଫେରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର । ଆଜି ସେ କାର୍ଯ୍ୟରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗ ଦେବାପରେ ସମସ୍ତ କର୍ମକର୍ତ୍ତା, ଶୁଭେଚ୍ଛୁ ଆସୁ ଆରୋଗ୍ୟ କାମନା କରି ଶୁଭେଚ୍ଛା ଜଣାଇଥିଲେ । ଗତ ଏକ ମାସ ପୂର୍ବରୁ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଅଧିକ ଚିକିତ୍ସା ପାଇଁ ଶ୍ରୀକାକୁଲମ ସ୍ଥାନାନ୍ତରିତ କରାଯାଇଥିଲା । ଉପଜିଲ୍ଲାପାଳ ଚିକିତ୍ସା ପାଇଁ ବାହାରକୁ ଯାଇଥିବା ବେଳେ ଗୁଣୁପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ଉପଜିଲ୍ଲାପାଳ ଙ୍କ ଦାୟିତ୍ୱ ରେ ରହିଥିଲେ ।