June 29, 2024

କୋଟକଣା ରେ ବାଇକ୍ ଦୁର୍ଘଟଣା ରେ ଟଳିଚାଳକ ର ମୃତ୍ୟୁ

Share

Breaking News
===============
କୋଟକଣା ରେ ବାଇକ୍ ଦୁର୍ଘଟଣା ରେ ଟଳିଚାଳକ ର ମୃତ୍ୟୁ
+++++++++++++++++++ ରବିବାର ଦିନ ସନ୍ଧ୍ୟାରେ କଟକ ପାରାଦୀପ ରାସ୍ତାର କୋଟକଣ। ଠାରେ ଜଗାମୁଣ୍ଡା (୭୦) ନାମକ ଜଣେ ଟଲିଚାଳକ ରାସ୍ତାରେ ଯାଉଥିବା ବେଳେ, ଏକ ଦୃତଗାମୀ ବାଇକ୍ ଧକା ରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁହୋଇଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ର ଅଧିବାସୀ ମାନେ କିଛି ସମୟ ପାଇଁ ରାସ୍ତା ରେ ନିଆଁଜଳାଇ ରାସ୍ତା ଅବରୋଧ କରିଥିଲେ। ତେବେ ପ୍ରଶାସନିକ ଅଧିକାରୀ ଓ ତିର୍ତ୍ତୋଲ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା। ଦୁର୍ଘଟଣା ଘଟାଇ ବାଇକ ଚାଳକ ଘଟଣା ସ୍ଥଳରୁ ଫେରାର ହେଇଯାଇଥିବାର ଜଣାପଡିଛି ତେବେ ଗରିବ ଟଲି ଚାଳକ ର ପରିବାରକୁ କ୍ଷତିପୂରଣ
କିପରି ମିଳିପାରିବ ରାସ୍ତା ଅବରୋଧ କାରି ପ୍ରଶାସନିକ ଅଫିସରଙ୍କୁ ନିବେଦନ କରିଛନ୍ତି !
ଜଗତସିଂହପୁରରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !