July 1, 2024

ଗଜପତି:- ସ୍ୱେଚ୍ଛାସେବୀ ସଂଗଠନ “ଜନକଲ୍ୟାଣ ପ୍ରତିଷ୍ଠାନ” ପକ୍ଷ’ରୁ ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି ।

Share

ଗଜପତି:- ସ୍ୱେଚ୍ଛାସେବୀ ସଂଗଠନ “ଜନକଲ୍ୟାଣ ପ୍ରତିଷ୍ଠାନ” ପକ୍ଷ’ରୁ ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି ।
———————————————-
ଗଜପତି ଜିଲ୍ଲା’ର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଜନ କଲ୍ୟାଣ ପ୍ରତିଷ୍ଠାନ” , ଜିଲ୍ଲା’ର ବିଭିନ୍ନ ଆଦିବାସୀ ବହୁଳ ବ୍ଲକାଞ୍ଚଳ’ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ନେଇ ସଫଳତାର ସହ ଗତ ୧୯୯୧-୯୨ ମସିହା’ରୁ ନିରନ୍ତର ଭାବେ କାର୍ଯ୍ୟକାରୀ କରିଚାଲିଛି ।
ମୁଖ୍ୟତଃ ଭାବେ ଏହି “ଜନ କଲ୍ୟାଣ ପ୍ରତିଷ୍ଠାନ” ଶିକ୍ଷା କ୍ଷେତ୍ରରେ ଶିକ୍ଷା କେନ୍ଦ୍ର , ବ୍ରିଜ କୋର୍ସ , ଇଜିଏସ: ମାଧ୍ୟମରେ ଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରଖିଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଲେରିଆ , ଯକ୍ଷ୍ମା ଓ ଆରସିଏଚ: କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ଆସୁଛି । ଏ ମିତିକି , ଏହି “ଜନ କଲ୍ୟାଣ ପ୍ରତିଷ୍ଠାନ” ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ସେଠାକାର ଅଧିବାସୀ ମାନଙ୍କ ଜୀବନ-ଜୀବିକା’ର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି ।
ଏତଦ୍ ବ୍ୟତୀତ ଏହି “ଜନ କଲ୍ୟାଣ ପ୍ରତିଷ୍ଠାନ” ସ୍ୱେଚ୍ଛାସେବୀ ସଂଗଠନ ପ୍ରାକୃତିକ ସମ୍ପଦ ପରିଚାଳନା କ୍ଷେତ୍ରରେ ଇଣ୍ଡୋସିସ ପ୍ରୋଜେକ୍ଟ , ୟୁଏନଡିପି: ପ୍ରୋଜେକ୍ଟ , କେୟାର ଓଡିଶା , ସ୍ପାର ଓ ଜିଏସଏସଏସ: ପ୍ରଭୃତି ଅନୁଷ୍ଠାନ ମାନଙ୍କ ସହିତ ମିଶି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରିଆସୁଛି ।
ଗଜପତି ଜିଲ୍ଲା’ର ଆଦିବାସୀ ଅଧ୍ୟୁଷିତ
ନୂଆଗଡ ବ୍ଲକ’ର ବିଭିନ୍ନ ଅଞ୍ଚଳ’ରେ ଗତ ୨୦୦୪-୦୫ ମସିହା’ରୁ ୨୦୧୬-୧୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି ନିରନ୍ତର ଭାବେ ଓଟିଇଏଲପି: ଫେଜ-୧ ଓ ଓଟିଇଏଲପି: ଫେଜ୍-୨ ସମେତ ଓଟିଇଏଲପି:- ପ୍ଲସ ଏଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ’ରେ ଉଲ୍ଲେଖନୀୟ କାର୍ଯ୍ୟ ଗୁଡ଼ାକ କୃତିତ୍ଵ’ର ସହ କରିଆସିଛି । ଏହି ସବୁ କାର୍ଯ୍ୟକ୍ରମ ମାଧ୍ୟମ’ରେ ଜଳ ଜମି ପରିଚାଳନା , ୧୫୦୦’ରୁ ଉର୍ଦ୍ଧ୍ବ ଅଞ୍ଚଳରେ ଆମ୍ବ ଓ କାଜୁ ବୃକ୍ଷ ରୋପଣ କରାଯିବା ସହ ୫୦୦’ରୁ ଉର୍ଦ୍ଧ୍ବ ଏକର ପରିମିତ ଜମିରେ ଜଳ ସେଚନ ବ୍ୟବସ୍ଥା ସହ କେନାଲ ଓ ପୋଖରୀ ଇତ୍ୟାଦି ସୁବିଧା କରାଯାଇଛି ।
ସେହିଭଳି , ୫୦ ରୁ ଅଧିକ ଗ୍ରାମରେ ସୋଲାର ଲଣ୍ଠନ, ମୋବାଇଲ ଚାର୍ଜିଂ ଷ୍ଟେସନ ଓ ପିଇବା ପାଣି’ର ସୁବିଧା ବ୍ୟବସ୍ଥା କରା ଯାଇଥିବା ବେଳେ ୨୫ ରୁ ଉର୍ଦ୍ଧ୍ବ ଗ୍ରାମରେ ଚେକ ଡ୍ୟାମ , ୧୫ ରୁ ଉର୍ଦ୍ଧ୍ବ କୂପ ଖନନ, ୨୦’ରୁ ଉର୍ଦ୍ଧ୍ବ କେନାଲ ଓ ଜଳ ଜମି କାର୍ଯ୍ୟ ପରିଚାଳନା କରାଯାଇଛି । ଯାହାଦ୍ବାରା କି ଅଞ୍ଚଳ ବାସୀ ଏସବୁ ଦ୍ଵାରା ବେଶ୍ ଉପକୃତ ହୋଇ ଆସୁଛନ୍ତି ।
୩୦’ଟି ଭିଡ଼ିସି: ୫୦ ଗ୍ରାମରେ , ପ୍ରତ୍ୟେକ ଗ୍ରାମରେ ଗୋଦାମ ଗୃହ ସମେତ ଗୋଷ୍ଠୀ ଗୃହ ଓ ନଲେଜ୍ ସେଣ୍ଟର ପ୍ରଭୃତି ଗଠନ କରାଯାଇଛି । ଏ ସବୁ ମାଧ୍ୟମରେ ମୋଟ ୩ ହଜାର ପରିବାର’ଙ୍କ ଜୀବନ ଜୀବିକା’ର ବିଶେଷ ଉନ୍ନତି କରାଯାଇଛି ।
ସେହିଭଳି ଗତ ୨୦୧୭-୧୮ମସିହା’ରୁ ଜିଲ୍ଲା’ର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସେରଙ୍ଗ ଅଞ୍ଚଳରେ ଥିବା ଲାଞ୍ଜିଆ ସଉରା ଉନ୍ନୟନ ସମିତି (ଏଲଏସଡିଏ:) ସହିତ ଓପିଲିପି: ପ୍ରକଳ୍ପ ଅଧିନରେ ଲାଞ୍ଝିଆ ସଉରା ମାନଙ୍କ ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ ରହିଛି ।
ଏହି କାର୍ଯ୍ୟକ୍ରମ ଭିଡ଼ିସି: ଗ୍ରାମ୍ୟ ଉନ୍ନୟନ କମିଟି ମାଧ୍ୟମ’ରେ ଚାଷ ଜମିର ଜମି’କୁ ସମତଳ କରିବା ସହ ୪୫୦ ଏକର ଜମିରେ କୃଷି ଭିତ୍ତିକ ଉନ୍ନତି ଏବଂ ୩୦୦ ଏକର’ରୁ ଉର୍ଦ୍ଧ୍ବ ଜମିରେ ଆମ୍ବ ଓ କାଜୁ ପ୍ରଭୃତି ଫଳଗଛ ରୋପଣ କରାଯାଇଛି ।
ଅନ୍ୟପକ୍ଷରେ , ଏହି “ଜନ କଲ୍ୟାଣ ପ୍ରତିଷ୍ଠାନ” ପକ୍ଷ’ରୁ ଜଳ ସେଚନ , କେନାଲ ଓ ନଳକୂପ ମାଧ୍ୟମ’ରେ ୫୦୦ ଏକର’ରୁ ଉର୍ଦ୍ଧ୍ବ ଜମିରେ ସୁବିଧା ବ୍ୟବସ୍ଥା କରାଯାଇଛି । ଏଥି ସମେତ ୫୦ ଟି ଗ୍ରାମରେ ପିଇବା ପାଣି’ର ମଧ୍ୟ ସୁବିଧା ବ୍ୟବସ୍ଥା କରାଯାଇଛି ।
ଅଞ୍ଚଳବାସୀଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ ଆତ୍ମ ନିର୍ଭରଶିଳ କରାଇବା କ୍ଷେତ୍ରରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ କରାଯାଉଛି । ପଶୁ ସମ୍ପଦ ବିକାଶ କ୍ଷେତ୍ରରେ ୧୦୦ ଟି ସ୍ଵୟଂ ସହାୟକ ଦଳ ଛେଳି ପାଳନ କରୁଛନ୍ତି ଏବଂ ସେମାନଙ୍କ ପାଇଁ ଗୁହାଳ’ର ସୁବିଧା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏତଦ୍ ବ୍ୟତୀତ ପ୍ରତି ପରିବାର’କୁ ୪୦ ଟି ଲେଖାଏଁ କୁକୁଡା ଏବଂ ୧୦୦ ଟି ମହିଳା ସ୍ଵୟଂ ସହାୟକ ଦଳ (ଏସଏଚଜି:)କୁ ୩୨ ଟି ଲେଖାଏଁ ଛେଳିର ସାହାଯ୍ୟ ଯୋଗାଇ ଦିଆହୋଇଛି । ଏସଏଚଜି: ମାଧ୍ୟମରେ ମହିଳା ସଭ୍ଯ’ଙ୍କୁ ବିଭିନ୍ନ ପ୍ରକାର ଆୟପନ୍ଥା ସକାଶେ ସାହାଯ୍ୟ ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।
ସେହିଭଳି ବିଭିନ୍ନ ଜୀବିକା’ର ଉନ୍ନତି କାର୍ଯ୍ୟକ୍ରମ’ରେ ସେମାନେ ବିଶେଷ ଉପକୃତ ହେବା ସହ ସେହି ଗୋଷ୍ଠୀଙ୍କ’ର ଜୀବିକା ବିଶେଷ ଉନ୍ନତି ହୋଇ ପାରିଥିବା ପରିଲକ୍ଷିତ ହୋଇଛି । କୃଷି ଉନ୍ନତି’ରେ ସମସ୍ତ ପ୍ରକାର ବିହନ ବ୍ୟବସ୍ଥା ସହିତ ବିହନ ରଖିବା ପାଇଁ ଆବଶ୍ୟକ ହେଉଥିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଗ୍ରାମ୍ୟ ଭିତ୍ତିଭୂମି ବିକାଶ’ରେ ଗୋଷ୍ଠୀ ଗୃହ ୩୦’ରୁ ଉର୍ଦ୍ଧ ଗଠନ କରା ଯାଇଥିବା ସହ ୩୫’ଟି ଖଳା ଶସ୍ୟ ସୁଖେଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
“ଜନ କଲ୍ୟାଣ ପ୍ରତିଷ୍ଠାନ” ସ୍ୱେଚ୍ଛାସେବୀ ସଙ୍ଗଠନ’ର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଦୁର୍ଗା ମାଧବ ପଣ୍ଡା’ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସେବା ମନୋଭାବ ସମ୍ପନ୍ନ ବ୍ୟକ୍ତିତ୍ଵ ଯୋଗୁଁ ଉପରୋକ୍ତ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଥିବା ଜଣାଯାଇଛି ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
————————————————

You may have missed