July 1, 2024

ବିଜେପି ରାଜ୍ୟ ସଭାପତି ଙ୍କୁ ସମ୍ବର୍ଦ୍ଧନା

Share

ବିଜେପି ରାଜ୍ୟ ସଭାପତି ଙ୍କୁ ସମ୍ବର୍ଦ୍ଧନା

ହାଟଡିହି,୧୦/୯ଗତକାଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସମାଲ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ। ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ମନମୋହନ ସାମଲ ଙ୍କ ସମେତ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳର ର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ମହେଶ୍ୱର ସାହୁ, ପ୍ରମୁଖ ଙ୍କୁ ତରତରା ଛକ ରୁ ହଜାର ହଜାର କାର୍ଯ୍ୟକର୍ତ୍ତା ଙ୍କ ଗହଣ ରେ ଏକ ଭବ୍ୟ ବାଇକ ରାଳିରେ ସ୍ୱାଗତ କରି ଅଣାଯାଇଥିଲା । ଦେଶରେ ମୋ ମାଟି ମୋ ଦେଶ ଅଭିଯାନ ଚାଲୁଥିବା ପରିପ୍ରେକ୍ଷୀରେ ଶ୍ରୀ ସମାଲ ଙ୍କ ସମେତ ଉପସ୍ଥିତ ନେତୃମଣ୍ଡଳୀ ପ୍ରଥମେ ଛେନାପଡି ଛକ ସ୍ଥିତ ମା ତାରିଣୀ ଙ୍କ ମନ୍ଦିର ରୁ ମାଟି ସଂଗ୍ରହ କରିବା ପରେ ଅଣା ଗ୍ରାମର ଘରୁ ଘରୁ ମାଟି ସଂଗ୍ରହ କରିଥିଲେ। ଗ୍ରାମର ମହିଳା ପୁରୁଷ ମିଶି ଭଜନ କୀର୍ତ୍ତନ ଓ ଶଙ୍ଖ ହୁଳ ହୁଲି ଦେଇ ମାଟି ସଂଗ୍ରହ କାର୍ଯ୍ୟକ୍ରମ କୁ ସ୍ୱାଗତ କରବା ସହ ନିଜ ନିଜ ର ମାଟି ଦେଇଥିଲେ। ପରେ ହାଟଡ଼ିହି ସ୍ଥିତ ପାର୍ଟି କାର୍ଯ୍ୟାଳୟ ରେ ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବିରଞ୍ଚି ତ୍ରିପାଠୀ, ଲୋକସଭା ପ୍ରଭାରୀ ସଂଜୀବ ମହାନ୍ତି, ଜିଲ୍ଲା ସଭାପତି ସବୁଜ ମହାନ୍ତ , ଜିଲ୍ଲା ସାଧାରଣ ସମ୍ପାଦକ ସୁକଦେଵ ମହାନ୍ତ, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ସୁଶାନ୍ତ ଜେନା, ନିରାକାର ଦଳେଇ, ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ବିଧାନସଭା ପ୍ରଭାରୀ ହରିହର ମହାନ୍ତ, ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ର , ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ବଳଭଦ୍ର ବାରିକ,ହରମୋହନ ଶାସିନ, ପ୍ରଶାନ୍ତ ମହାପାତ୍ର, ଟୁକୁନା ମହାନ୍ତ,ଅନାଦି ସାହୁ,ହେମନ୍ତ ମହାନ୍ତ, ସତ୍ୟଜିତ ବେହେରା ପ୍ରମୁଖ କୋର କମିଟି ର ଏକ ରୁଦ୍ଧଦ୍ଵାର ବୈଠକରେ ରେ ବିଭିନ୍ନ ସାଙ୍ଗଠନିକ ବିଷୟରେ ଆଲୋଚନା କରିଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ.                                                                                                                                      କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed