ଗଜପତି:- ଜିଲ୍ଲା ବିଜେପି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ପାରଳା ରେଳ ଷ୍ଟେସନ ଠାରେ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ..
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ବିଜେପି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ଆଜି ପାରଳାଖେମୁଣ୍ଡି ସ୍ଥିତ ରେଳ ଷ୍ଟେସନ ପରିସରରେ ସ୍ଵଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ ପି: ନଡ୍ଡା ଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଆହ୍ବାନ ଓ ନିର୍ଦ୍ଦେଶ କ୍ରମେ ଆଜି ଏହି ସ୍ଵଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ କରାଯାଉଛି ବୋଲି କୁହାଯାଇଛି ।
ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କେଡ଼ର ଓ କର୍ମକର୍ତ୍ତା ମାନେ ସାମିଲ ହୋଇ ପ୍ଲାଟଫର୍ମ ପରିସରରେ ଝାଡୁ ମାରି ମଇଳା ସଫା କରିବା ସହ ରେଳ ଧାରଣା ଠାରେ ପଡ଼ିଥିବା ଜରି ଓ ଆବର୍ଜନା ସବୁ ଗୋଟାଇ ଏକାଠି କରି ସଫେଇ କରିଥିଲେ। ।
ଗଜପତି ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଏବଂ ଯୁବମୋର୍ଚ୍ଚା ନେତା ଶ୍ରୀ ବାବୁନା ବେହେରା କହିଛନ୍ତି ଯେ , ବିଜେପି ପକ୍ଷରୁ ଆଜି ୧୧ ତାରିଖ ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ରେଳ ଷ୍ଟେସନ ସମେତ ମନ୍ଦିର , ବସଷ୍ଟାଣ୍ଡ ଓ ବଜାର ଠାରେ ଜିଲ୍ଲାର ସମସ୍ତ ଏନଏସି: , ପୌରସଂସ୍ଥା , ଓ ବ୍ଲକ ଠାରେ କରାଯିବ ।
ଅନ୍ୟପକ୍ଷରେ ବିଜେପିର ମୂଳ ଉଦ୍ଦେଶ୍ୟ ହେଲା ଯେ , ବସୁଧୈବ କୁଟୁମ୍ବକମ୍ ରାଷ୍ଟ୍ର ସର୍ବୋପରି ଏବଂ ସର୍ବେ ଭବନ୍ତୁ ସୁଖିନା , ଏହି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିରନ୍ତରତା ସହ ବିଜେପି ଏହିସବୁ କାର୍ଯ୍ୟକ୍ରମ ଜାରୀ ରଖିଛି । ବିଜେପି’ର କାର୍ଯ୍ୟକର୍ତ୍ତା ତାର ଯେଉଁ ସଙ୍ଗଠନ ଢାଞ୍ଚା ଓ ସାଂଗଠନିକ ସ୍ଥିତି ସହ ସଙ୍ଘର୍ଷ ଦେଶବାସୀଙ୍କ ସହ ଯେଉଁ ଅହରହ ଜାରୀ ରଖିଛି ଓ ସେମାନଙ୍କ ସଙ୍ଗରେ ରହିଛି , ଯାହାକି ଏହି “ସ୍ଵଚ୍ଛ ଭାରତ ଅଭିଯାନ” ହେଉଛି ତାର ଏକ ଜ୍ୱଳନ୍ତ ଉଦାହରଣ , ତେଣୁ ରେଳ ଷ୍ଟେସନ ଆଜି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି ବୋଲି କହିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-