ଗଣ ଶିକ୍ଷା ମନ୍ତ୍ରୀଙ୍କ ଦ୍ଵାରା ବେହେଡ। ଓ ଭଣ୍ଡାରିଗୁଡା ଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦଘ।ଟିତ……..
ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଓ ଭଣ୍ଡାରି ଗୁଡା ଠାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ବେହେଡ। ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସଭାପତିତ୍ବ କରିଥିବା ବେଳେ ମଞ୍ଚ ପରିଚାଳନା କରି ଥିଲେ ଟୁଟୁ ବାବୁ ପଟ୍ଟନାୟକ। ଅନ୍ୟ ମାନଂକ ମଧ୍ୟରେ ସିଆର୍ ସି ସି ବିଷ୍ଣୁ ଚରଣ ସାହୁ, ସ୍କୁଲ ସଭାପତି ଶ୍ରୀ ସଜିତ କୁମାର ପଟ୍ଟନାୟକ, ବେହେଡ।ସରପଞ୍ଚ ପ୍ରମିଳା ଗଣ୍ଡ, ଉମରକୋଟ ବ୍ଲକ ଅଧ୍ୟକ୍ଷା ଅଧକ୍ଷ୍ୟl ଶ୍ରୀମତି ସୁଶିଳା ମାଝୀ, ସମିତି ସଭ୍ୟା ଜୟ ମଣୀ ଗଣ୍ଡ, ଭାରପ୍ରାପ୍ତ ଅଧକ୍ଷ୍ୟ ଶ୍ରୀ ସଞ୍ଜୟ କୁମାର ସାମଲ,ଗୋଷ୍ଠୀ ଶିକ୍ଷା ଅଧିକାରି ଶ୍ରୀ ବିକାଶ ଚନ୍ଦ୍ର ସରକାର ନବରଙ୍ଗପୁର ଜିଲ୍ଳା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ମଙ୍ଗଳ ଚରଣ ପାଠ କରିଥିଲେ ସଂସ୍କୃତ ଶିକ୍ଷକ ଶ୍ରୀ ବୈକୁଣ୍ଠନାଥ ସେନାପତି। ସମସ୍ତ ଅତିଥି ଙ୍କୁ ପ୍ରଥମେ ସ୍ୱାଗତ କରାଯାଇ ମଞ୍ଚକୁ ପାଛୋଟି ନେଇଥିଲେ l ଛାତ୍ର ଛାତ୍ରୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିବା ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିରଞ୍ଚି ସୁନାନି ଧନ୍ୟବାଦ୍ ପ୍ରସ୍ତାବ ପ୍ରଦାନ କରି ଥିଲେ।ସ୍କୁଲ କମିଟି ତରଫରୁ ଏକ ଦାବୀ ପତ୍ର ମନ୍ତ୍ରୀ ଙ୍କୁ ପ୍ରଦାନ କରା ଯାଇଥିଲା। ମନ୍ତ୍ରୀ ଏହାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉମରକୋଟ ଓ ରାଇଘର ମଧ୍ୟ ରେ ଥିବା ବେହେଡ। ଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ହେବ। ଦ୍ୱାରା ଆଖ ପାଖ ଅଞ୍ଚଳର ପ୍ରାୟ ୧୫ଖଣ୍ଡ ଗାଁ ପିଲାମାନେ ବେହେଡା ଠାରେ ଯୁକ୍ତ ଦୁଇ କଳା ବିଭାଗ ରେ ପାଠ ପଢି ପାରିବେ। ପୂର୍ବେ ଏହି ଅଂଚଳ ର ଛାତ୍ର ଛାତ୍ରୀ ଙ୍କୁ ଯୁକ୍ତ ଦୁଇ ପାଠ ପଢିବା ପାଇଁ ଉମରକୋଟ ଓ ରାଇଘର ଯିବା କୁ ପଡୁ ଥିଲା। ବର୍ତ୍ତମାନ ୯୧ଜଣ ଛ।ତ୍ର ଛ।ତ୍ରୀ ପ୍ରଥମ ବର୍ଷ ରେ ନାମ ଲେଖାଇ ସାରିଛନ୍ତି । କମିଟି ତରଫରୁ ମୁନା ପାଣିଗ୍ରାହୀ, ଚନ୍ଦନ, ଇନ୍ଦ୍ର, ଜୟରାମ ମହାରଣା, ସହଦେଵ ବାଗ, ରବୀନ୍ଦ୍ର ବାଗ, ମlଟା, ଚିନା ପଟନାୟକ ସମସ୍ତେ ସମ୍ପୂର୍ଣ ସହଯୋଗ କରି ଏହି ସମାରୋହକୁ ସଫଳତା କରିଥିଲେ l ସେହି ପରି ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରି ଗୁଡା ଠାରେ ମଧ୍ଯ ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଉଧ ଘାଟନ କରିଛନ୍ତି।