ବଙ୍ଗଳାଦେଶରେ ହିନ୍ଦୁ ଦେବା ଦେବୀ ପୋଡି ଓ ହିନ୍ଦୁଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ଆମ୍ବଦଳା ଧର୍ମ ସୁରକ୍ଷା ମଞ୍ଚ
ରାୟଗଡା : ରାୟଗଡା ଜିଲ୍ଲାରେ ବର୍ତ୍ତମାନ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ଅସୁରକ୍ଷିତ ମଣୁଛନ୍ତି ଜିଲ୍ଲାବାସୀ ।
ପଡୋଶୀ ଦେଶ ବଙ୍ଗଳାଦେଶର ଯେଉଁ ରାଜନୈତିକ ଅସ୍ଥିରତା ଯୋଗୁଁ ଆମ ଦେଶରେ ଯେଉଁ ଭଳି ଭାବରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଳାର ବୁଦ୍ଧିଜୀବି । ପଡୋଶୀ ବଙ୍ଗଳା ଦେଶରେ ଯେଉଁ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି ସେଥିରେ ପ୍ରଭାବିତ ହୋଇଛି ଆମ ଜିଲ୍ଲା । ଏ ନେଇ ଆମ୍ବଦଳା ଧର୍ମ ରକ୍ଷକ ମଞ୍ଚ ତରଫରୁ ଏକ ଦାବି ପତ୍ର ସ୍ଥାନୀୟ ଥାନା ଅଧିକାରୀ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେସ୍ୟରେ ପ୍ରଦାନ କରାଯାଇଛି । ଏହି ଦାବି ପତ୍ରରେ ମୁଖ୍ୟତଃ ଦୁଇଟି ଦାବି ରହିଛି । ପ୍ରଥମଟି ଅଣ ଓଡ଼ିଆଙ୍କ ଆରାଧ୍ୟ ତଥା ସାରା ବିଶ୍ଵର ଦେବତା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହଙ୍କୁ ଜାଳିଦେବା ସହ ଅନେକ ଦେବାଦେବୀଙ୍କ ମନ୍ଦିର ଧ୍ଵଂସ କରିବାରେ ଲାଗିଛନ୍ତି ଏହି ପଡୋଶୀ ବଙ୍ଗଳା ଦେଶର ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟ ।ଯାହାକି ହିନ୍ଦୁ ଧର୍ମାବଲମ୍ବୀଙ୍କ ପରିବାରର ମହିଳା, ଝିଅ ବୋହୁଙ୍କ ଉପରେ ଅତ୍ୟାଚାର କରିବା ସହ ଧର୍ଷଣ ଭଳି ଘୃଣ୍ୟ କାର୍ଯ୍ୟ କରି ହତ୍ୟା କରିଥିବା ନେଇ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି ।ଏହାକୁ ନେଇ ଆମ୍ବଦଳା ଧର୍ମ ରକ୍ଷକ ସମିତି ପକ୍ଷରୁ
ଆମ ଦେଶର ପ୍ରଧାନମନ୍ତ୍ରୀ କୁଟନୈତିକ ବ୍ୟବସ୍ଥା ଗ୍ରହଣ କରି ଉକ୍ତ ପଡୋଶୀ ଦେଶ ସହ ସମ୍ପର୍କ ଛିନ୍ନ କରିବାକୁ ଦାବି କରାଯାଇଅଛି । ଦ୍ବିତୀୟତଃ ଆମ ଜିଲ୍ଲାରେ ବିଭିନ୍ନ ଗାଁ ଗହଳି ଓ ସହରରେ ପରିଚୟ ନଥାଇ ଯେଉଁ ଅନୁପ୍ରବେଶକାରୀ ରୋହିଂଗ୍ଯା ମାନେ ବସବାସ କରୁଛନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଯାଞ୍ଚ କରି ଜିଲ୍ଲାରୁ ବିତାଡିତ କରିବା ନେଇ ଦାବି କରିଛି ଏହି ମଞ୍ଚ ।
ଏ ନେଇ ଧର୍ମ ସୁରକ୍ଷା ସମିତି ର ଆବାହକ ଏ ଜଗନ୍ନାଥ ପ୍ରସାଦ ଆଚରି କହିଛନ୍ତି ଯେ ଏହି ଘଟଣାକୁ ନେଇ ଜିଲ୍ଲାରେ ସଚେତନ କରିବା ନ ଜିଲ୍ଲାର ସମସ୍ତ ସଂଗଠନର ସହଜଗରେ ଏକ ବିରାଟ ପଦଯାତ୍ରା କରାଯିବ ସହ ସହର ଓ ଜିଲ୍ଲାର ସମସ୍ତ ବ୍ଳକ ଗୁଡ଼ିକର ସଂଗଠନ ଗୁଡିକୁ ସାମିଲ କରାଯିବ ବୋଲି କହିଛନ୍ତି । ଧର୍ମ ରକ୍ଷା ସମିତି ପକ୍ଷରୁ
ଅମ୍ବାଦକା ରେ ଥିବା ସମସ୍ତ ବାଂଲାଦେଶୀ ଙ୍କୁ ଧମକ ଦିଆଗଲା ଯେ 7 ଦିନ ଭିତରେ ଆମ୍ବଦଳା ଛାଡିକି ଯିବା ଲାଗି ଥାନା ରେ ମଧ୍ୟ ଲିଖିତ ଆକାର ରେ ଜଣେଇ ଦିଆଯାଇଥିବା ଜଣାପଡିଛି l
ଏହି ଦାବି ପତ୍ର ପ୍ରଦାନ ସମୟରେ ଗ୍ରାମ ର ସମସ୍ତ ଯୁବକ ସଙ୍ଘ, ନେତାଜୀ କ୍ଳବ, ଶିବାଜୀ କ୍ଳବ,ର ସଦସ୍ୟ,ଏ ଜଗନ୍ନାଥ ପ୍ରସାଦ, ପରମେଶ୍ୱର ରାଓ,ଙ୍କ ଅଧକ୍ଷତା ରେ ଉତ୍ତମ ଛତର,ଚନ୍ଦନ ଭାଇ, ସରୋଜ ପଟ୍ଟନାୟକ, ନରେଶ ଶର୍ମା, ବାବୁ ମୁଖାର୍ଜୀ, ଦୈତାରୀ,ବାବୁଜି, ମଣ୍ଟୁ,
ଆକାଶ, ଅନିବେଶ, ସୁରେଶ ମହାନ୍ତି, ପିଣ୍ଟୁ.ଏହି ଦାବି ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପରମେଶ୍ୱର ରାଓ, ଉତ୍ତମ ସାତାର,ଦୈତାରୀ ନାରାୟଣ ସୁବୁଜି, ସିକେନ କୋଟା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଟି ଆମ୍ବଦଳା ଗ୍ରାମ ର ୟୁବ ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଧିରୁ ଭାଈ ଙ୍କ ନେତୃତ୍ୱ ରେ ଆୟୋଜନ ହୋଇଥିଲା l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ