November 15, 2024

ଉମରକୋଟ ଠାରେ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଦ୍ଵାରା ବୈଦରାଜ ଙ୍କୁ ପ୍ରମାଣପତ୍ର ବଣ୍ଟନ……..

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ପିରାମଲ ଫାଉଣ୍ଡେସନ ପକ୍ଷରୁ ପାରମ୍ପରିକ ଗୋଷ୍ଠୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ (ବୈଦରାଜ) ଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ଦୁର୍ଗମ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବୈଦରାଜଙ୍କୁ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ର ମହତ୍ ଉଦ୍ଦେଶ୍ୟ ରଖି ନବରଙ୍ଗପୁର ଜିଲ୍ଲାର ୩୪ ଜଣ ଆଦିବାସୀ ବୈଦରାଜଙ୍କୁ ଉମରକୋଟ ଠାରେ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଭାପତି ଗୋପୀନାଥ ମାଝୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣ ଶିକ୍ଷା ଏବଂ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ, ପୂର୍ବତନ ଏମପି ରମେଶ ଚନ୍ଦ୍ର ମାଝୀ, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଂଯୋଜକ ରାଜମନ୍ ଭତ୍ରା, ପିରାମଲ ଫାଉଣ୍ଡେସନ ପକ୍ଷରୁ ଦାମା ଖିଲୋ, ଜ୍ୟୋତି ପ୍ରକାଶ ଦାସ, ଧିରଜ ବାଘ୍, ଦେବ ପ୍ରସାଦ ହରିଜନ, ଅମ୍ରିତା ଲାକ୍ରା, ନେହା ସାଇଲୱର୍, ରିନା ସୁଧୀର ସିକଦାର, ମାଖନ୍ ଧୂର୍ବେ,ଅମିତ୍ ୟାଦବ, ସୁକଦେବ ବିଶ୍ୱାସ ପ୍ରମୁଖ ଉପସ୍ଥିତ ରହି ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଓଡ଼ିଶା ରେ ବିଲୁପ୍ତ ହେବାକୁ ବସିଥିବା ଆଦିବାସୀ ବୈଦରାଜଙ୍କୁ ଚିହ୍ନଟ କରି ଭାରତ ସରକାରଙ୍କ କ୍ୱାଲିଟି କାଉନସିଲ୍ ଅଫ ଇଣ୍ଡିଆ ଏବଂ ଟିଡିୟୁ ପର୍ସନାଲ ସାର୍ଟିଫିକେସନ୍ ସଂସ୍ଥା ମାଧ୍ୟମରେ ଓଡ଼ିଶା ରେ ମୋଟ ୧୭୨ ଜଣ ବୈଦରାଜ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଥିବାରୁ ମନ୍ତ୍ରୀ ଶ୍ରୀ ମାଝୀ ପିରାମଲ ଅନୁଷ୍ଠାନ କୁ ସାଧୁବାଦ ଦେବା ସହିତ ବୈଦରାଜ ଙ୍କୁ ଚିହ୍ନଟ ଏବଂ ପ୍ରମାଣ ପତ୍ର ପ୍ରଦାନ ପ୍ରକ୍ରିୟା ଚାଲୁ ରଖିବା ପାଇଁ କହିଥିଲେ। ମନ୍ତ୍ରୀ ଙ୍କ ଦ୍ଵାରା ପ୍ରମାଣ ପତ୍ର ପାଇ ୩୪ ଜଣ ଆଦିବାସୀ ବୈଦରାଜ ଖୁସି ବ୍ୟକ୍ତ କରିବା ସହିତ ପିରାମଲ୍ ଅନୁଷ୍ଠାନ କୁ ଧନ୍ୟବାଦ ଜଣେଇ ଥିଲେ।ଶେଷରେ ଗାନ୍ଧି ଫେଲୋସିପ ପୋଗ୍ରାମର ରାଜ୍ୟ ପରିଚାଳକ ଦାମା ଖିଲ ଧନ୍ୟବାଦ ଅର୍ପଣ କରିଥିଲେl