November 15, 2024

ନବରଙ୍ଗପୁର ଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ପାଇଁ ଉମରକୋଟ ବ୍ଲକ ସଭା ଗୃହ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)ଆଗାମୀ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ନବରଙ୍ଗପୁରର ଜିଲ୍ଲା ଅନ୍ତର୍ଗତ ଉରକୋଟ ସହର ରେ ଅନୁଷ୍ଟିତ ହେବାକୁ ଥିବା ବେଳେ ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ୍ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ। ଏତତବ୍ୟତିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରେଶମ ଲାଲ ସାହୁ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଚିତ୍ତ ରଂଜନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାତ ପଟ୍ଟନାୟକ,ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର , ଗୋଷ୍ଠୀ ଶିକ୍ଷା ଅଧିକାରୀ ନବରଙ୍ଗପୁର ଶ୍ରୀ ରମେଶ ରାୟ ,ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ଧାରୁଆ , ଚନ୍ଦ।ହାଣ୍ଡି ଶ୍ରୀ ସୁଭେନ୍ ମଣ୍ଡଳ, ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ମାଝୀ ,ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଷାଗୁମଡା ସମରେନ୍ଦ୍ର ଭୌମିକ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ କମିଟି ଗଠନ କରାଗଲା ଓ ସେହି କମିଟି ମାନେ ନିଜ ନିଜ ଯୋଜନା ଓ ବଜେଟ ମାନ ଉପସ୍ଥାପନ କରି ଥିଲେ । ଏହି ରଜ୍ୟ ସ୍ତରୀୟ ପ୍ରିଯୋଗିତା ଆୟୋଜନ କୁ କିଭଳି ସଫଳତା ସହ ଆୟୋଜନ କରାଯିବ ସେ ନେଇ ମଧ୍ୟ ରୂପରେଖ ପ୍ରସ୍ତୁତ କରିବା ପାଇଁ ସଭାପତି ନିର୍ଦ୍ଦେଶ ଦେଲେ । ଉମରକୋଟ ଷ୍ଟାଡିୟମ୍ ରେ ଉଦଘାଟନ ଓ ଉଦଯାପନ ସମାରୋହ ହେବାକୁ ଥିବା ବେଳେ ଅନ୍ୟ ଚାରୋଟି ସ୍ଥାନ ରେ ଫୁଟବଲ ଖେଳ ଆୟୋଜନ ହେବ। ଏକ ହଜାର ରୁ ଉର୍ଦ୍ଧ ଖେଳାଳି ଏହି ପ୍ରତିଯୋଗୀତା ରେ ଭାଗ ନେବାର ସମ୍ଭାବନା ରହିଛି। ଏଥି ରେ ଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ଅଥିତି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ମନୋରଞ୍ଜନ ପ୍ରହରାଜ , ବିଭାସିସ ଦେ , ବ୍ରଜ ବନ୍ଧୁ କାଣ୍ଡି, ପ୍ରଧାନ ଶିକ୍ଷକ ଶ୍ରୀ ଅସୀମ କୁମାର ବିଶ୍ୱାସ , ଶ୍ରୀ କିଶୋର ଶିଲ, ପ୍ରଦୀପ ବିଶ୍ୱାସ ପ୍ରମୁଖ ସହଯୋଗ କରୁଥିଲେ।