March 7, 2026
IMG-20250711-WA0076
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଂହପାଲିର ୟୁଥ ଏଣ୍ଡ ଇକୋ କ୍ଲବ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରଧାନଶିକ୍ଷକ ସୁରେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ବୃକ୍ଷରୋପଣ କରାଯାଇଥିଲା। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ୫୦ରୁ ଅଧିକ ବିଭିନ୍ନ କିସମର ଚାରା ରୋପଣ କରାଗଲା। ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକ ବୃକ୍ଷରୋପଣର ଆବଶ୍ୟକତା ଓ ତାହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ପରିବେଶରେ ବୃକ୍ଷ ହ୍ରାସର କାରଣ, ତାହାର ପ୍ରଭାବ ଓ ତାହାର ନିରାକରଣ ଉପରେ ପିଲାଙ୍କୁ ସଚେତନ କରାଯାଇଥିଲା।