October 5, 2024

ଜୁଆ ଆଡ୍ଡା ଉପରେ ଚଢ଼ାଉ : ୪ ଗିରଫ

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ପୁଲିସ ଦ୍ୱାରା ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି । କାଲମା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ଥିଲା । ୨ ଲକ୍ଷ,୪୧ ହଜାର ୯୭୦ ଟଙ୍କା,୧୦୪ ପ୍ୟାକେଟ ତାସ,୪ ଟି ମୋବାଇଲ, ଦୁଇଟି ସ୍କୁଟି, ଜରି ପାଲ ଜବତ କରାଯାଇଛି । ଏଥିସହ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ହେଲେ ରଞ୍ଜିତ ପ୍ରଧାନ, ଗୋପାଳ କୃଷ୍ଣ, ଧନଞ୍ଜୟ ରାଓ ଓ ବିଜୟ କୁମାର ଶବର । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।