October 5, 2024

ଦଳାଇ ଲlମାଙ୍କ ୮୯ ତମ ଜନ୍ମଦିନ …

Share

ଅବସରରେ ମୋହନା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରନ୍ଧା ଖାଦ୍ୟ ପରସିଲେ ତିବତୀୟ

ମୋହନା—- ତିବତୀୟ ଧର୍ମଗୁରୁ ମହାମାନ୍ୟ ଦଳାଇ ଲାମାଙ୍କ ୮୯ ତମ ଜନ୍ମଦିନ ଅବସରରେ ରନ୍ଧା ଖାଦ୍ୟ ପ୍ରଦାନ କଲେ ତିବତୀୟ l ଗୁରୁବାର ମୋହନା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ, ମେଡିକାଲ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିରlଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେନ୍ପୋ ପେମl ତେମ୍ପେଲ, ତିବତୀୟlନ୍ ଲୋକାଲ ଆସେମ୍ୱଲି ଚେୟାରମ୍ୟାନ ଜମ୍ପେଲ ଦୁଣ୍ଢୁପ ଓ ବିଭିନ୍ନ କ୍ୟାମ୍ପ ର କ୍ୟାମ୍ପ ଲିଡର ଯୋଗ ଦେଇଥିଲେ l ମହlମlନ୍ୟ ଦଳାଇ ଲାମl ସବୁବେଳେ ଶାନ୍ତିର ବାର୍ତ୍ତା ଦେଈ ଆସୁଛନ୍ତି l ସମସ୍ତେ ଶାନ୍ତିରେ ରହିବା ସହ ସୁସମ୍ପର୍କ ସ୍ଥାପନ କରି ରହିବାକୁ ପରାମର୍ଶ ଦେଉଛନ୍ତି l ତାଙ୍କର ଜନ୍ମ ଦିନ ଅବସରରେ ପ୍ରତି ବର୍ଷ ଚନ୍ଦ୍ରଗିରି ଅଞ୍ଚଳରେ ରହୁଥିବା ତିବତୀୟ କିଛି ସେବା କାମ କରିଥାନ୍ତି l ଚଳିତ ବର୍ଷ ବିଭିନ୍ନ ଅନୁଷ୍ଠାନ ରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ଜିରlଙ୍ଗ ଗୁରୁଜି କହିଛନ୍ତି l ଏଥିସହ ମୋହନା ବଧିର ବିଦ୍ୟାଳୟ ରେ ମଧ୍ଯ ଛାତ୍ର ଛାତ୍ରୀ ଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ବଣ୍ଟନ କରlଯାଇଥିଲା l