October 5, 2024

ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ମାନ୍ୟବର, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା 

Share

ରାୟଗଡ : ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମାନନୀୟl ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ଓ ମିଶନ ଶକ୍ତି ବିଭାଗ, ଏବଂ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ମାନ୍ୟବର, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ବିଭାଗଙ୍କ ଆଜି ରାୟଗଡ ଜିଲ୍ଲା ଗସ୍ତ କରିଛନ୍ତି l ରାୟଗଡ ଜିଲ୍ଲାର କାଶୀପୁର ଠାରେ ହେଲିକେପଟର ଯୋଗେ ନକଟିଘlଟିରେ ଅବତରଣ କରିବା ପରେ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପହଂଚିଥିଲେ l ସେଠାରେ ଓଡିଶାର ଉପମୁଖ୍ୟମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ ଓ ବିଧାୟକଙ୍କୁ ମିଶନ ଶକ୍ତି ମହିଳା ଓ ଜନସାଧାରଣ ବିପୁଳ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l ଏହାପରେ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ, ଓଡିଶା ଜୀବିକା ମିଶନ, ପର୍ଯ୍ୟଟନ ବିଭାଗର ବିଭାଗୀୟ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତରେ ସମୀକ୍ଷା କରିଥିଲେ l ଶିଶୁ ବିକାଶ ବିଭାଗ ଉପରେ ଆଲୋଚନା କରି ମାନନୀୟl ମନ୍ତ୍ରୀ ଜିଲ୍ଲାର ଶିଶୁ ବିକାଶ କାର୍ଯ୍ୟକ୍ରମ, ଅଙ୍ଗନବାଡି କେନ୍ଦ୍ରର ସ୍ଥିତି,ନିଜସ୍ୱ ଗୃହ, ଅପପୃଷ୍ଟି ସମସ୍ୟା ଓ ତାହାର ସମାଧାନ କିପରି କଲେ ଦୁରହୋଇପାରିବ ସେଉପରେ ଅଧିକାରୀ ମାନଙ୍କୁ ଲିଖିତ ଭାବରେ ଦେବା ପlଇଁ କହିଥିଲେ l ଅପପୃଷ୍ଟି ଅଞ୍ଚଳ ଚିହ୍ନଟ କରିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ମିଶନ ଶକ୍ତି ଉପରେ ଆଲୋଚନା କରି ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମରେ କେତେ ଗୋଟି ଗୋଷ୍ଠୀ ଉପକୃତ ହୋଇଛନ୍ତି ସେମାନଙ୍କ ସ୍ଥିତି କଣ,ସଫଳତା ବିଫଳତାର କାରଣ, ବିପଣନ ବ୍ୟବସ୍ଥା ଓ ଲକ୍ଷପତି ଦିଦି ପାଇଁ ଜିଲ୍ଲାର ଧାର୍ଯ୍ୟ ଉପରେ ଆଲୋଚନା କରିଥିଲେ l ଚଳିତ ବର୍ଷ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ୧ଲକ୍ଷ ୩ହଜାର ଚାରା ରୋପଣ କରାଯଇଥିବାରୁ ଖୁସି ବ୍ୟକ୍ତ କରିଥିଲେ l ସେହିପରି ପର୍ଯ୍ୟଟନ ବିଭାଗ ଉପରେ ଆଲୋଚନା କରି ଜିଲ୍ଲାର ଗ୍ରାମ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସମ୍ଭlବ୍ୟ ପର୍ଯ୍ୟଟନ ସ୍ଥଳ ଚିନ୍ହଟ କରିବାକୁ ମାନନୀୟl ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦେଶ ଦେଇଥିଲେ l ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଯେନା ଜିଲ୍ଲାର ପରିବହନ କାର୍ଯ୍ୟକ୍ରମ, କଡାକଡି ଭାବରେ ଯାଞ୍ଚ କରିବା , ଦୁର୍ଘଟଣା ସ୍ଥିତି ଆଦି ଉପରେ ଆଲୋଚନା କରିଥିଲେ l ଜିଲ୍ଲା ଖଣିଜ ଅଧିକାରୀ ସହିତ ଜିଲ୍ଲାର କ୍ଷୁଦ୍ର ଓ ବୃହତ ଖଣିଜ କ୍ଷେତ୍ର ଉପରେ ପଚାରି ବିଝିଥିଲେ ଏବଂ ନିୟମିତ ତଦାରଖ କରିବାକୁ ନିର୍ଦେଶ ଦେଇଥିଲେ l ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, କାଶୀପୁର ପଂଚାୟତ ସମିତି ଅଧ୍ୟକ୍ଷ କଣ୍ଠ ମାଝୀ, ଉପାଧ୍ୟକ୍ଷା, ଆଦି ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜ଼ିଲ୍ଲାପାରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀମତୀ କିରଣ ଦୀପ କୌର ସାହାଟେ, ରାୟଗଡ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ,କାଶୀପୁର ବିଡ଼ିଓ ଡ଼ଃ ଅମୃତଲାଲ, ନୂତନ ଭାବରେ ଯୋଗଦାନ କରିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରତିମା ପ୍ରଧାନ,ଡିପିଏମ ସ୍ନେହଲତା ପାଢ଼ୀ, ସିଡିପିଓ ଜ୍ଵତ୍ସା ରାଣୀ ବାରିକି, ଓଡିଶା ଜୀବିକା ମିଶନର ଡିପିଏମ ହେମନ୍ତ ବାଗ, ଆଂଚିଲିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ, ଏମଭିଆଇ ହେମନ୍ତ କୁମାର ବେହେରା, ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ଖଣିଜ ଦ୍ରବ୍ୟ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଜୟ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ, ନିରାକାର ପାଢ଼ୀ ଆଦି ଯୋଗଦାନ କରିଥିଲେ l

ଏହାପରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା,ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ,କୋରାପୁଟ ବିଧାୟକ ଶ୍ରୀଯୁକ୍ତ ମାଛ,ରାୟଗଡ ଜିଲ୍ଲାପାଳ ଆଦି କାଶୀପୁର ଠାରେ ନିର୍ମାଣ କରାଯାଇଥିବା ନୂତନ ଗିରିଗୋବର୍ଧନ ମନ୍ଦିରପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ