June 12, 2026

ଗ୍ରାମ୍ୟ ଉନ୍ନୟନ ରାସ୍ତା କୁ ଶୁଭ ଦେଲେ ସାଂସଦ ଓ ବିଧାୟକ ..

IMG-20260611-WA0004
Share

ମୋହନା(ଗଣେଶ ବିଷୋୟୀ)ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେବାକୁ ଥିବା କେଶରୀଗୁଡା ଠାରୁ ଲିଟିଗୁଡା ପ୍ରାୟ ଛ’କିଲୋମିଟର ରାସ୍ତାକୁ ନିର୍ମାଣ କରିବା ନିମନ୍ତେ ୭.୮୩ କୋଟି ଟଙ୍କା ଅଟକଳ ହୋଇ ଥିବାରୁ ଏହି ରାସ୍ତାକୁ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଦୁହେଁ ଉପସ୍ଥିତ ରହି ରାସ୍ତାର ଭିତ୍ତିପ୍ରସ୍ତର ଦେଇଥିଲେ। ଏହି ଦୁର୍ଗମ ଅଞ୍ଚଳ ରେ ରହୁଥିବା ଗ୍ରାମବାସୀଙ୍କ ବାରମ୍ବାର ଦାବୀ ଫଳରେ ସରକାର ଦାବିଟିକୁ ଗ୍ରହଣ କରିଥିବା ଆଲୋଚନା ହେଉଛି। ଏହି ରାସ୍ତା ଦେଇ ରହିଥିବା ଗ୍ରାମ ଗୁଡିକ ର ହଜାର ହଜାର ଗ୍ରାମବାସୀ ରାସ୍ତା ନିର୍ମାଣ ପରେ ସୁବିଧା ପାଇବେ ବୋଲି ସାଂସଦ ଏବଂ ବିଧାୟକ ଦୁହେଁ ପ୍ରକାଶ କରିଥିଲେ। ଏହି ଭିତ୍ତିପ୍ରସ୍ତର ଉତ୍ସବରେ ବିଭାଗୀୟ ଅଧିକାରୀ ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସାଂସଦ ଏବଂ ବିଧାୟକ ଦୁହିଁଙ୍କୁ ସ୍ୱାଗତ କରିବା ସଙ୍ଗେ ପ୍ରଶଂସିତ କରିଥିଲେ। ଦୁର୍ଗମ ଅଞ୍ଚଳ କୁ ରାସ୍ତା ନିର୍ମାଣ ହେବାକୁ ଯାଉଥିବାରୁ ଅଞ୍ଚଳ ରେ ଖୁସି ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିବା ସଙ୍ଗେ ଲୋକଙ୍କ ଯାତାୟାତ ସହ ସ୍ୱାସ୍ଥ୍ୟ ସେବା ମଧ୍ୟ ସୁବିଧାରେ ପାଇବେ ବୋଲି ଆଲୋଚନା ହେଉଛି।