ଅଧା ରହିଗଲା ନୂଆଘରେ ରହିବା ସ୍ୱପ୍ନ ..

ସିମୁଳିଆ ( ଦେବାଶିଷ ଦାଶ )
ଅଧା ରହିଗଲା ନୂଆଘରେ ରହିବା ସ୍ୱପ୍ନ । ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଘର ମାଲିକ ସମେତ ୩ ଶ୍ରମିକଙ୍କର ମୃତ୍ୟୁ ।ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ । ଗାଁର ଘର ମାଲିକ ବାପି ଦାସଙ୍କର ପାଇଖାନା ଟାଙ୍କିର ଆଜି ଦୁଇ ଜଣ ଶ୍ରମିକଙ୍କ ସହିତ ଘରମାଲିକ ସତ୍ରିଂ ଖୋଳିବା କାମ କରୁଥିଲେ । ଲାଇଟ ଜାଣିବା ପାଇଁ ନେଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟାଙ୍କି ଭିତରେ ଥିବା ପାଣିରେ ପଡିଯାଇଥିଲେ ।