March 10, 2026

ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ ପରିବେଶବିତ ପ୍ରଫେସର୍ ରାଧାମୋହନ ଙ୍କ ସ୍ମୃତିରେ ପନି ପରିବା ବିହନ ବଣ୍ଟନ 

IMG-20250611-WA0049
Share

ଛତ୍ରପୁର.ତା.୧୧/୬/୨୦୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀ ପଲ୍ଲୀ ପଞ୍ଚାୟତ କମାପଲ୍ଲୀ ଗ୍ରାମରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ ପରିବେଶବିତ୍ ପ୍ରଫେସର୍ ରାଧାମୋହନ ଙ୍କ ସ୍ମୃତି ଉଦ୍ଧେଶ୍ୟ ରେ ୨୦୦ ସହ ପରିବାର କୁ ସ୍ବାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ପ୍ରକାର ପନି ପରିବା ମଞ୍ଜି ବଣ୍ଟନ କରାଯାଇଥିଲା। ସମସ୍ତ ପରିବାର ର ମା ମାନେ ନିଜ ନିଜ ବାଡି ବଗିଚା ରେ ପୂର୍ବ ବର୍ଷ ବିତରଣ କରାଯାଇଥିବା ପନି ପରିବା ମଞ୍ଜି ରୁ ବିଭିନ୍ନ ପନି ପରିବା ଓ ଶାଗ ଉତ୍ପାଦନ କରି ପରିବାର ର ଗୁଜୁରାଣ ମେଣ୍ଟାଇ ଥିବା କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ସାଗରିକା ପଣ୍ଡା ସଭା କାର୍ଯ କୁ ସମ୍ପାଦନ କରିଥିଲେ। ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଚୌଧୁରୀ, ଆଇନଜୀବୀ ତଥା ସୁସାହିତକ୍ୟ ପ୍ରଶାନ୍ତ କୁମାର ଶତପଥୀ , ଏଥିରେ ଟ୍ରଷ୍ଟ ର ସୁଦଣ୍ଟା, ପୁଷ୍ପା, ସନ୍ତୋଷ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ବ୍ରହ୍ମଦାୟିନୀ ମହିଳା ସଂଘ୍, ଭବାନୀ ମହିଳା ସଂଘ୍ ର ସଦସ୍ୟା ମାନଙ୍କ ସହିତ ଗ୍ରାମ ର ଅନ୍ୟାନ୍ୟ ପୁରୁଷ ଓ ମହିଳା ମାନେ ଉପସ୍ଥିତ ଥିଲେ।