September 22, 2026

ପବିତ୍ର ସ୍ନାନପୂର୍ଣ୍ଣିମା ରେ ୩୦୦୦ ପଦ୍ମଫୁଲ ସହିତ ଦୟନାମାଳ ଅର୍ପଣ କରିଲେ ଭକ୍ତ ରାଧେଶ୍ୟାମ ସାହୁ

IMG-20250611-WA0043
Share

 

ଆଜି ବିଶ୍ଵନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା l ଆଜିର ଏହି ସ୍ନାନଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନ ମହାପ୍ରଭୁ ସ୍ନାନବେଦୀକୁ ଯାଇ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି l ପରେପରେ ସ୍ନାନବେଦିରେ ହାତୀବେଶ ହୋଇଥାଏ l ଏହି ହାତୀ ବେଶରେ ଚାରିଠାକୁରଙ୍କ ପାଇଁ ପଦ୍ମଫୁଲ, ଦୟନା ମାଳ ଆଉ ତୁଳସୀ ଯୋଗାଇଥାନ୍ତି ଭକ୍ତ ରାଧେଶ୍ୟାମ l ରାଧେଶ୍ୟାମ ପିଲାବେଳୁ ବାପା ବିହାରୀ ସାହୁଙ୍କ ସହିତ ଶ୍ରୀମନ୍ଦିର ଯାଆନ୍ତି l ସ୍ନାନ ପୂର୍ଣ୍ଣମୀ ରେ ବାପାଙ୍କ ସହିତ ଚାରି ଠାକୁରଙ୍କ ପାଇଁ ଚାରୋଟି ପଦ୍ମଫୁଲ ବାପା କିଣନ୍ତି ରାଧେଶ୍ୟାମ ସେହି ଫୁଲକୁ ହାତରେ ଧରି ମହାପ୍ରଭୁଙ୍କୁ ସମର୍ପଣ କରିବାପାଇଁ ସ୍ନାନମଣ୍ଡପ ଯାଆନ୍ତି l ରାଧେଶ୍ୟାମ ବଡହେଲାପରେ ଏହି ଚାରୋଟି ପଦ୍ମଫୁଲର ମହତ୍ତୋ ବୁଝିଲା ପରେ ପୁରୀ ଖଣ୍ଡିଆବନ୍ଧ ଠାରେ ଏକ ତୁଳସୀ ବଗିଚା କରି ପ୍ରତିଦିନ ତିନିଝୁଡି ତୁଳସୀ ମହାପ୍ରଭୁଙ୍କ ପାଖକୁ ପଠାଇବା ସହିତ ଆଜି ସ୍ନାନପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ହାତୀବେଶ ପାଇଁ ୩୦୦୦ପଦ୍ମଫୁଲ, ଚାରୋଟି ଦୟନା ମାଳ ଏବଂ ତୁଳସୀ ପ୍ରଦାନ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed