ଧର୍ମ ପରାୟଣ ମହିଳା ଙ୍କ ପରଲୋକ, ଅସ୍ତରଙ୍ଗ ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ, ଝାଡ଼ାଲିଙ୍ଗ ଗ୍ରାମ ପଂଚାୟତ ର ପୂର୍ବତନ ସମିତି ସଭ୍ୟ ,ମଧୁପୁର ଗ୍ରାମ ର, ଅର୍ଚନା ବେହେରା ଙ୍କର ଇତିମଧ୍ୟରେ ହୃଦଘାତ ରେ ଅକାଳ ବିୟୋଗ ଘଟିଛି
ଧର୍ମ ପରାୟଣ ମହିଳା ଙ୍କ ପରଲୋକ, ଅସ୍ତରଙ୍ଗ ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ, ଝାଡ଼ାଲିଙ୍ଗ ଗ୍ରାମ ପଂଚାୟତ ର ପୂର୍ବତନ ସମିତି ସଭ୍ୟ ,ମଧୁପୁର ଗ୍ରାମ ର, ଅର୍ଚନା ବେହେରା ଙ୍କର ଇତିମଧ୍ୟରେ ହୃଦଘାତ ରେ ଅକାଳ ବିୟୋଗ ଘଟିଛି ।ପ୍ରଥମେ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ, ଅସ୍ତରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିବାର ତରଫରୁ ଚିକିତ୍ସା କରାଯାଇଥିଲା । ପରେ ଅଧିକ ଚିକିତ୍ସା ଆବଶ୍ୟକ ହେତୁ ଭୁବନେଶ୍ୱର ଯିବା ରାସ୍ତା ରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇ ତାଙ୍କୁ ଚିକିତ୍ସା କରାଯାଇ ଥିଲା ସେଠାରେ ତାଙ୍କ ର ବିୟୋଗ ହୋଇଥିଲା, l ତାଙ୍କର ଦୁଇଟି ପୁତ୍ର ରୋଶନ (୧୨)ଏବଂ ରୋହନ( ୯)ବର୍ଷ ର ଅଛନ୍ତି । ବଡପୁଅ ରୋଶନ ମୁଖାଗ୍ନି ଦେଇଥିଲେ ଏବଂ ଗ୍ରାମ୍ୟ ସ୍ମଶାନ ରେ ତାଙ୍କ ର ଶେଷ କୃତ୍ୟ ସମ୍ପର୍ଣ କରାଯାଇଛି । ସେ ଜଣେ ମିଷ୍ଟଭାସି ଓ ପରୋପକାରୀ ଧର୍ମପରାୟଣ ମହିଳା ଭାବରେ ସ୍ଥାନୀୟ ଅଂଚଳ ରେ ବେଶ ପରିଚିତ ଥିଲେ । ସେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଅସ୍ତରଙ୍ଗ ପଂଚାୟତ ସମିତି ସଭ୍ୟା ଥିଲେ। ସେ ଜଣେ ଆଦର୍ଶ ବୋହୁ ଭାବରେ ମଧୁପୁର ଗ୍ରାମ ରେ ବେଶ ପରିଚିତ ରହିଥିଲା ବେଳେ, ସେ ଝାଡ଼ାଲିଙ୍ଗ ନିବାସୀ ଅମର ପରିଡା ଙ୍କ ଜ୍ୟେଷ୍ଠ କନ୍ୟା ଥିଲେ ଓ ୨୦୦୯ ମସିହାରେ ମଧୁପୁର ଗ୍ରାମର ବ୍ରହ୍ମାନନ୍ଦ ବେହେରା ଙ୍କ ଜ୍ୟେଷ୍ଠ ପୁତ୍ର ଶୁଭେନ୍ଦ୍ର (କାଳିଆ ) ସହିତ ବିବାହ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅସ୍ତରଙ୍ଗ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି ।