November 21, 2024
Share

*╭───────────────────╮*
*🌄ସକାଳର ଖବର, ୧୧-ଜୁନ-୨୦୨୩, ରବିବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଦିନ ସାଢେ ଦଶଟା ବେଳେ ଦେଶର ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ନୂଆଦିଲ୍ଳୀର ପ୍ରଗତି ମୈଦାନ ସ୍ଥିତ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ଅଧିବେଶନ କେନ୍ଦ୍ରଠାରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

➡️୨-ଶ୍ରୀମନ୍ଦିରରେ ଅନବସରରେ ଚାଲିଛି ଶ୍ରୀଜୀଉଙ୍କ ଗୁପ୍ତ ସେବା, ଫୁଲୁରି ତେଲ ମାଲିସ୍ ପରେ ଜ୍ୱରରେ ଆକ୍ରାନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମିଳିଛି ଉପଶମ। ତିନିଦିନ ଧରି ଠାକୁର ମାନଙ୍କୁ ଲାଗି ହେବ ଓଷ।

➡️୩-ଶ୍ରୀଜୀଉଙ୍କ ରଥଯାତ୍ରାରେ ସୁରକ୍ଷା ନିମନ୍ତେ ମୁତୟନ ହେବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ। ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଶ୍ରୀମନ୍ଦିର ନିକଟରେ ଚାଲିଛି ମକଡ୍ରିଲ୍ l

➡️୪-କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଗସ୍ତରେ ଆସିବେ ।

➡️୫-ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାକୁ ଆଜି ପୂରୁଛି ୧୦ ଦିନ, ଦଶାହ ସହ ଭଜନ କୀର୍ତ୍ତନ କରିବେ ଅଞ୍ଚଳବାସୀ l ହେବ ୩ ଦିନିଆ ସର୍ବଧର୍ମ ପ୍ରାର୍ଥନା ସଭା ସହ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ।

➡️୬-ଗିରଫ ହେଲେ ଲେଡି ଡନ୍। ନିଜକୁ ବି.ଏମ୍.ସି. ଅଧିକାରୀ କହି ଦୋକାନୀଙ୍କ ଠାରୁ ଚାନ୍ଦା ମାଗି ହେଲେ ବନ୍ଧା। ଲେଡି ଡ଼ନ୍ ଅନୁ ମିଶ୍ରକୁ ରେଡ୍ ହ୍ୟାଣ୍ଡେଡ୍ ଧରିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍।

➡️୭-ବାହାନଗାରେ ବାତିଲ ହେଲା ଟ୍ରେନ ଷ୍ଟପେଜ୍, ଚାଲିଛି ରେଳ ଦୁର୍ଘଟଣାର କାରଣ ଖୋଜା l ସିବିଆଇର ୩ଟି ଟିମ୍ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି। ଲଗବୁକ୍, ରିଲେ ପାନେଲ ସହ ସିଗ୍ନାଲିଂ ସିଷ୍ଟମର ଉପକରଣକୁ ସିବିଆଇ କଲା ସିଲ l

➡️୮-5ଟି ସଚିବଙ୍କ ଦୁଇ ଦିନିଆ କେନ୍ଦୁଝର ଗସ୍ତ : କହିଲେ ଭୀମ କୁଣ୍ଡ କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ କରାଯିବ l ଖୁବ୍ ଶୀଘ୍ର ଆରମ୍ଭ ହେବ ୧୪୦୦ କୋଟି ଟଙ୍କାର ବଡବିଲ ରିଂ ରୋଡ ପ୍ରକଳ୍ପ l

➡️୯-ତେଜିଲା କାଷ୍ଟିଂ କାଉଚ୍ ଅଭିଯୋଗ ବିବାଦ l ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନାରେ ଥାନାରେ ଲିଖିତ ଏତଲା ଦେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର l

➡️୧୦-ଦୀର୍ଘ 32ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଆଗାମୀ ଚଳଚ୍ଚିତ୍ର ‘ଥାଲାଇଭର୍ ୧୭୦’ ରେ ରଜନୀକାନ୍ତ ଓ ଅମିତାଭ ବଚ୍ଚନ l

➡️୧୧-ଦୁଇ ଦିନିଆ ଓଡିଶା ଗସ୍ତରେ ତାମିଲନାଡୁର ୧୫ଜଣିଆ ଟିମ୍‍ l ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହ ଚାଲିଛି ଆଲୋଚନା l

➡️୧୨-ମାଡ଼ି ଆସୁଛି ବିପଦ, ଆଜି ପୃଥିବୀକୁ ଖୁବ୍ ନିକଟରୁ ଅତିକ୍ରମ କରିବ ବୁର୍ଜ ଖଲିଫା ଆକାରର ଆଷ୍ଟ୍ରଏଡ୍ l ଏହି ଆଷ୍ଟ୍ରଏଡ ପୃଥିବୀଠୁ ୩୧ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ।

➡️୧୩-ଦୀର୍ଘ ୨୭ ବର୍ଷ ପରେ ଭାରତ ଅୟୋଜନ କରିବ ୭୧ତମ ମିସ୍ ୱାର୍ଲ୍ଡ l ଏହି ପ୍ରତିଯୋଗିତା ୩୦ ଦିନ ପର୍ଯ୍ୟନ୍ତ ଲାଗିରହିବ । ଏଥିରେ ୧୪୦ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିବେ ।

➡️୧୪-ସାମ୍ନାକୁ ଆସିଲା ମଧ୍ୟପ୍ରଦେଶରୁ ଲଙ୍କା ଚୋରି ମାମଲାର ସତ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବନମାଳିପୁରରୁ ଧରାପଡ଼ିଲା ୮ ଟନ୍ ଶୁଖିଲା ଲଙ୍କା l

➡️୧୫-ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ନିଖୋଜର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହେଲେ ୪ ଭାଇଭଉଣୀ l

➡️୧୬-ମୋର୍ଟାର ମାଡ଼ ଯୋଗୁଁ ସୋମାଲିଆରେ ଭୟଙ୍କର ବିସ୍ଫୋରଣ। ଏଥିରେ ୫୩ ଜଣ ଆହତ ହୋଇଥିବା ବେଳେ ଚାଲିଗଲା ୨୭ ଜଣଙ୍କ ଜୀବନ।

➡️୧୭-ୟୁକ୍ରେନ କମ୍ପାନିଠାରୁ ୫୦ ଲକ୍ଷ ଡଲାର ଲାଞ୍ଚ ନେଇଛନ୍ତି ବାଇଡେନ୍, ଫକ୍ସ ନ୍ୟୁଜର ଏକ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ଖୁଲାସା l

➡️୧୮-WTC ଫାଇନାଲ୍: ଆଜି ନିର୍ଣ୍ଣାୟକ ଲଢେଇ, ଭାରତକୁ ଦରକାର ୨୮୦ ରନ, କୋହଲି-ରାହାଣେଙ୍କ ଉପରେ ଭରସା l ହାତରେ ଅଛି ୭ ୱିକେଟ l

➡️୧୯-ଇତିହାସ ରଚିଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା l ସମସ୍ତଙ୍କୁ ପଛରେ ପକାଇ l

➡️୨୦-ଯୁବା ଏସିଆ କପ୍‌ ହକି: ଫାଇନାଲ୍‌ ସହ ଭାରତକୁ ବିଶ୍ବକପ୍‌ ଯୋଗ୍ୟତା, ସୁନେଲିତାଙ୍କ ଗୋଲ୍‌ରେ ହାରିଲା ଜାପାନ l

*🪀ଆଜି ଶ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜନ୍ମଦିନ |l*
*🪀ଆଜି ଶ୍ରୀ ଘନଶ୍ୟାମ ଦାସ ବିର୍ଲା ସ୍ମୃତି ଦିବସ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*