March 10, 2026

ବସନ୍ତପଡ଼ା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ 

IMG-20250511-WA0054
Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ପଞ୍ଚାୟତର ବସନ୍ତପଡ଼ା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ ଭବ୍ୟ କଳସ ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ନାମଯଜ୍ଞ ପରିଚାଳନା କମିଟିର ତତ୍ୱାଭିଧାନରେ ଶହ ଶହ ମହିଳା ଓ ପୁରୁଷ ଭକ୍ତ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ପରେ ଅଧିବାସ କାର୍ଯ୍ୟାରମ୍ଭ ପରେ ଶୁଭକଳସ ସ୍ଥାପନ କରାଯାଇଥିଲା l ଶନିବାର ପ୍ରାତଃ କାଳରୁ ନାମ ଆରମ୍ଭ କରାଯାଇଥିଲା l ଏହି ନାମଯଜ୍ଞରେ ଦଶଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଛନ୍ତି l ସେଗୁଡ଼ିକ ହେଲେ –

1. ବସନ୍ତପଡ଼ା ସଂକୀର୍ତ୍ତନ ମଣ୍ଡଳୀ

2. ରାଧାକୃଷ୍ଣ ବାଳିକା ସଂକୀର୍ତ୍ତନ ମଣ୍ଡଳୀ, ପୂଜାରୀଗୁଡ଼ା

3. ମା ଗ୍ରାମପତି ମହିଳା ସଂକୀର୍ତ୍ତନ ମଣ୍ଡଳୀ, ମିଠାପାଲୀ, ବରଗଡ଼

4. ମା ଚନ୍ଦଲ ପାଟ ମହିଳା ସଂକୀର୍ତ୍ତନ ମଣ୍ଡଳୀ, ସୁବର୍ଣ୍ଣପୁର

5. ରାଧାକୃଷ୍ଣ ବାଳିକା ସଂକୀର୍ତ୍ତନ ମଣ୍ଡଳୀ, ରାଜମୋଟେର,

6. ମା ଦୁଆରସନି ବାଳିକା ସଂକୀର୍ତ୍ତନ ମଣ୍ଡଳୀ, ଛିଲିପା, କଲାହାଣ୍ଡି,

7. ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ, ଧର୍ବଗଡ଼, ବଲାଙ୍ଗୀର,

8. ବାତେଲିମା ସଂକୀର୍ତ୍ତନ ମଣ୍ଡଳୀ,

9. ବିଶ୍ୱମୋହନ ସଂକୀର୍ତ୍ତନ ମଣ୍ଡଳୀ, ଚିତାମୁଣ୍ଡା, କଳାହାଣ୍ଡି,

10. ତୁର୍କୀ ସଂକୀର୍ତ୍ତନ ମଣ୍ଡଳୀ, ଚିତାମୁଣ୍ଡି, କଳାହାଣ୍ଡି l

ଏହି ନାମଯଜ୍ଞ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତ ରୁଣ୍ଡ ହୋଇଥିଲେ l ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିଲା l ସୋମବାର ସକାଳୁ ଦଧିହାଣ୍ଡି ଭାଙ୍ଗିବା ସହିତ ନଗର ପରିକ୍ରମା ହୋଇ ଉତ୍ସବ ସମାପନ ହେବ l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା, ନିୟୁଜ ଉପାନ୍ତ ଖବର