March 11, 2026

ସାରଳା ମନ୍ଦିରରେ ଅଘଟଣ ଅଣହିନ୍ଦୁ ପ୍ରବେଶ ଯୋଗୁଁ ପୂଜାନୀତି ବିଳମ୍ବିତ

IMG-20250511-WA0045
Share

ସାରଳା ମନ୍ଦିରରେ ଅଘଟଣ ଅଣହିନ୍ଦୁ ପ୍ରବେଶ ଯୋଗୁଁ ପୂଜାନୀତି ବିଳମ୍ବିତ ଝଙ୍କଡ଼ ତା ୧୧/୫/୨୦୨୫ ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ବେଢ଼ା ଭିତରକୁ ଅଣହିନ୍ଦୁ ମାନଙ୍କର ପ୍ରବେଶ ନିଷିଦ୍ଧ କରାଯାଇଥିବାବେଳେ, ଗତ ରବିବାର ପୂର୍ବାହ୍ନ ପ୍ରାୟ ଶାଢେ ଦଶଟା ବେଳେ ଜଣେ ଖିଷ୍ଟ୍ରୀୟାନ୍ ପୁରୁଷ , ଦକ୍ଷିଣ ପାର୍ଶ୍ଵ ଦ୍ଵାର ଦେଇ ମନ୍ଦିରର ବେଢ଼ା ଭିତରକୁ ପଶିଯାଇଥିଲେ। ଉପସ୍ଥିତ ସେବାୟତ ମାନଙ୍କ ଦ୍ଵାରା ଏହି ବିଧର୍ମୀ କୁ ଚିହ୍ନଟ କରାଯିବା ପରେ, ସାରଳା ମନ୍ଦିର ପୋଲିସ ଫାଣ୍ଡି ର ପୋଲିସ ଅଧିକାରୀ ମାନଙ୍କ ସହାୟତାରେ ତାଙ୍କୁ ମନ୍ଦିରର ବେଢ଼ା ରୁ ବାହାର କରିଦିଆଯାଇଥିଲା । ମାତ୍ର ବିଧର୍ମୀପ୍ରବେଶ କରିଥିବାରୁ, ପ୍ରଚଳିତ ନୀତି ନିୟମ ଅନୁଯାୟୀ ମନ୍ଦିର ସୌଧ କରାଯାଇ ମାଆଙ୍କୁ ମହାସ୍ନାନ କରାଯାଇ, ହୋମଯଜ୍ଞ କରାଯାଇଥିଲା । ତେବେ ମାଆଙ୍କ ନୀତିକାନ୍ତି ପାଇଁ ପୁର୍ବରୁ ପ୍ରସ୍ତୁତ ହୋଇଥିବା ଅମଣିଆ ଅନ୍ନ ବ୍ୟଞ୍ଜନ ଆଦି ସମସ୍ତ ସାମଗ୍ରୀ କୁ ନଷ୍ଟ କରି ଦିଆ ଯାଇଥିଲା। ଯାହା ଫଳରେ ପୁନଃର୍ବାର ପାକ ପ୍ରସ୍ତୁତି କରାଯିବାରୁ ଦୀର୍ଘ୍ ତିନି ଘଣ୍ଟା ବିଳମ୍ବରେ ନୀତି କାନ୍ତି ସମ୍ପନ୍ନ ହୋଇଥିଲା। ତେବେ ମନ୍ଦିରର ସିଂହଦ୍ବାର ସମ୍ମୁଖରେ, ଅଣହିନ୍ଦୁ ଙ୍କ ପ୍ରବେଶ ନିଷିଦ୍ଧ ନିମନ୍ତେ ବଡ ବଡ ବିଜ୍ଞାପନ ଲଗାଯାଇଥିବା ବେଳେ, ଦକ୍ଷିଣ ପାର୍ଶ୍ଵ ଦ୍ଵାର ପାଖରେ, ମନ୍ଦିର ପ୍ରଶାସନ ତରଫରୁ କୌଣସି ସୂଚନା ଫଳକ ମରl ଯାଇ ନାହିଁ। ଯାହା ଫଳରେ ଏହି ଦକ୍ଷିଣ ଦ୍ଵାର ଦେଇ ବିଧର୍ମୀ ବ୍ୟକ୍ତି ଟି ମନ୍ଦିରର ବେଢ଼ା ଭିତରକୁ ପଶିଯାଇଥିଲେ। ମନ୍ଦିରର ସୁରକ୍ଷା ବ୍ୟବସ୍ଥା ସହିତ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଠିକ୍ ଭାବରେ ଚାଲି ନଥିବାରୁ ଏପରି ଅଘଟଣ ବାରମ୍ବାର ଘଟି ଚାଲିଚି ଏବଂ ଏଥିପାଇଁ ମନ୍ଦିର ପାଣ୍ଠି ରୁ ବହୁପରିମାଣ ର ଅର୍ଥ ଅଯଥା ଖର୍ଚ୍ଚ ହେଉଛି। ଏହାର ସ୍ଥାୟୀ ନିରାକରଣ ପାଇଁ ମନ୍ଦିରର ବେଢ଼ା ଭିତରକୁ ସମସ୍ତ ପ୍ରବେଶପଥରେ, ସୂଚନାଫଳକ ଲଗାଯିବା ସହିତ ସୁରକ୍ଷା ବ୍ୟବସ୍ଥା କୁ ଅଧିକ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି।