March 10, 2026

ବଅଁରପାଳ ବ୍ଲକରେ ପଞ୍ଚାୟତ ସମିତି ର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

IMG-20250511-WA0017
Share

 

ଅନୁଗୋଳ : ବଅଁରପାଳ ବ୍ଲକ ପରିସର ସଭା ଗୃହରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ଯକ୍ଷ ବିଜୟ କୁମାର ନାଥ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ, ବିଡିଓ ଲୋଚନ ଦାସ ସହକାରୀ ଯନ୍ତ୍ରୀ ଗୌତ୍ତମ ନାୟକ ଛେଣ୍ଡିପଦା ବିଧାୟକ ଙ୍କ ପ୍ରତିନିଧି ତପନ କୁମାର ଦେବତା, ବ୍ଲକ ଉପାଧ୍ଯକ୍ଷା ବବିତା ପ୍ରଧାନ୨୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ,୨୮ନମ୍ବର ଜୋନ ର ଜିଲ୍ଲାପରିସଦ ସଭ୍ୟା ମୀରା ଗଡ଼ନାୟକ,୨୫ନମ୍ବର୍ ଜୋନ ର ଜିଲ୍ଲାପରିଷଦ ଦିଲୀପ ପ୍ରଧାନ,ଏବିଡ଼ିଓ ମାଧବ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ‌।୨୦୨୫-୨୬ ବର୍ଷପାଇଁ ବିକଶିତ ଗାଁ ଓ ବିକଶିତ ଓଡ଼ିଶାର ପ୍ରକଳ୍ପ ଅନୁମୋଦନ ପାଇଁ ଆଲୋଚନା ହୋଇଥିଲା।ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରାମ ସଭାର ଯାହା ଚୂଡ଼ାନ୍ତ ଶୀଘ୍ର ହେବ ବୋଲି ଆଲୋଚନା ହୋଇଥିଲା ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ