June 29, 2024

ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ରେ ହଟକିଶୋର ସ୍ୱାଇଁ ଫାଉଣ୍ଡେସନ ତରଫରୁ ହଟକିଶୋର ସ୍ୱାଇଁ ଙ୍କ ସପ୍ତମ ସ୍ରାଧବାର୍ଷିକ ଅନୁଷ୍ଠିତ …

Share

ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ ଏରବଙ୍ଗ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନ ଶିକ୍ଷକ ହଟକିଶୋର ସ୍ୱାଇଁ ଫାଉଣ୍ଡେସନ ତରଫରୁ ସ୍ବର୍ଗତ ହଟକିଶୋର ସ୍ୱାଇଁଙ୍କ ସପ୍ତମ ବାର୍ଷିକ ସ୍ମୃତି ଚାରଣ ସଭାରେ ପୁରାତନ ଛାତ୍ର ପରିଷଦର ସଭାପତି ଗଣେଶ କୁମାର ପ୍ରଧାନଙ୍କ ସଭାପତିତ୍ୱ ରେ ପୁରାତନ ଛାତ୍ର ପରିଷଦର ସାଙ୍ଗଠନିକ ସମ୍ପାଦିକା ପ୍ରଣତି ମିଶ୍ରଙ୍କ ସହିତ ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳା ମାନେ ସ୍ମୃତି ଚାରଣ କରିଥିଲେ l ବଳରାମ ସ୍ମୁତି ସଂସଦ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, ପୁରାତନ ଛାତ୍ର ସଂସଦ ସମ୍ପାଦକ ଦିଲୀପ କୁମାର ପାତ୍ର, କାର୍ଯ୍ୟକାରୀ ସଭାପତି ବିଜୟ ଗୋପାଳ ଦାସ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପଣ୍ଡା, ଦନ୍ତସରା ପ୍ରଧାନ ଶିକ୍ଷକ ବିଭୂପ୍ରସାଦ ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦଳେଇ, ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ର ବର୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ମଲିକ, ପୂର୍ବତନ ସରପଞ୍ଚ ନୀଳାଦ୍ରି ବିହାରୀ ଦାଶ, ଜଟକିଶୋର ବିଶ୍ୱାଳ, ପ୍ୟାରୀମୋହନ ଜେନା, ସୁଧାକର ସ୍ୱାଇଁ, ଚକ୍ରଧର ନାୟକ, ବିରଞ୍ଚି ତ୍ରିପାଠୀ, ଗଙ୍ଗାଧର ପ୍ରତିହାରୀ, ନିରଞ୍ଜନ ମଙ୍ଗରାଜ, ହରେକୃଷ୍ଣ ବେହେରା, ମଳୟ ରଞ୍ଜନ ଭୋଳ, ବିକ୍ରମ ନାୟକ, କୀର୍ତ୍ତି ମହାନ୍ତି, ଅନିଲ ନାୟକ, ହଟକିଶୋର ଙ୍କ ପୁତ୍ର ସ୍ୱଦୀପ୍ତ ସ୍ୱାଇଁ, କୁଳଦୀପ ସ୍ୱାଇଁ, କନ୍ୟା ସରସ୍ବତୀ ସ୍ୱାଇଁ ଓ ନାତିନାତୁଣୀ ମାନେ ହଟକିଶୋର ଙ୍କ ସ୍ମୁତି ଚାରଣ କରିବା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)