September 29, 2024

ଯାତ୍ରା ଦେଖିଯିବା ହେଲା କାଳ , ପାଣିରେ ବୁଡି ନିଖୋଜ ନାବାଳକର ମୃତ ଦେହ ଉଦ୍ଧାର ….

Share

ମୋହନା ,ଧାର୍ମିକ ଯାତ୍ରା ଦେଖିବା ହେଲା କାଳ ,ସାଙ୍ଗ ମାନଙ୍କ ସହ ଯାତ୍ରା ଦେଖି ଯାଇ ଅକାଳରେ ଜୀବନ ଗଲା ନାବାଳକର । ଗାଧୋଇବା ବେଳେ ପାଣିରେ ବୁଡ଼ିଁ ନିଖୋଜ ନାବାଳକର ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ହରଭଙ୍ଗି ଡ୍ୟାମରେ l ନିଖୋଜ ନାବାଳକ ଜଣକ ହେଲେ, ଅଡବା ଥାନା ନିକଟସ୍ଥ ମଝିକିରିମ୍ବା ଗାଁର ରନ୍ ବଳିଆରସିଂ ବୟସ ୧୭ l ଆଜି ଡ୍ୟାମ ନିକଟରେ ଖ୍ରୀଷ୍ଟ ଧର୍ମର ବେଲାଙ୍କିନି ମାଆଙ୍କର ଏକ ଯାତ୍ରା ଚାଲିଥିବା ବେଳେ ଅପରାହ୍ନ ସମୟରେ ତିନି ଜଣ ନାବାଳକ ଡ୍ୟାମ୍ କୁ ଗାଧୋଇବାକୁ ଯାଇଥିଲେ l ଗାଧୋଇବା ସମୟରେ ନାବାଳକ ଜଣକ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଂଚି ପ୍ରାୟ ୪ ଘଣ୍ଟା ରୁ ଉର୍ଦ୍ଧ ସମୟ ପାଣିରେ ଖୋଜା ଖୋଜି କରିବା ପରେ ନାବାଳକର ମୃତ୍ୟୁ ଦେହକୁ ଉଦ୍ଧାର କରିଛି l ବିରିକୋଟ ମେଡିକାଲ ରେ ଭର୍ତି କରି ଥିଲେ ଡାକ୍ତର ପ୍ରଶାନ୍ତ କୁମାର ସାହୁ ମୃତ୍ୟୁ ଘୋଷଣା କଲେ l ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଜାରୀ କରିଛି l