September 29, 2024

ପୋଲିଙ୍ଗ ଅଫିସର ଙ୍କ ଦୁର୍ଘଟଣା ରେ ମୃତ୍ୟୁ……

Share

 

ଉମରକୋଟ:-ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଅଧୀନରେ ଥିବା କକଡିସେମଲା ଗ୍ରାମର ଅଲେଖ ରନ୍ଧାରୀ ନାମକ ଉଚ୍ଚ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲେ!ସେ ଉମରକୋଟ ୱାର୍ଡ ନଂ ୧୩ର ବୁଥ ପଞ୍ଚମ ପୋଲିଙ୍ଗ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ସମୟରେ ବସ ରୁ ଓଲ୍ହାଇ ବୁଥ କୁ ଯିବା ସମୟରେ ଦୁଇ ବାଇକ ଆରୋହୀ ଗାଡି ନଂ ଓଡି ୧୦ପି ୯୧୯୨ ଯୋଗେ ଆସି ଅଲେଖ ରନ୍ଧାରିଙ୍କୁ ଧକ୍କା ଦେବାରୁ ଅଲେଖ ରନ୍ଧାରୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ !ସାଥିରେ ଥିବା ଅନ୍ୟ ପୋଲିଙ୍ଗ ଅଫିସର ଆମ୍ବୁଲାନ୍ସ କୁ ଫୋନ କରି ରନ୍ଧାରୀ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ!ସ୍ୱାସ୍ଥ୍ୟ କେନ୍ଦରେ ଚିକିତ୍ସାଧୀନ ଅବସ୍ଥାରେ ଅଲେଖ ରନ୍ଧାରୀ ଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ!ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ବାଇକ ଆରୋହୀ ଫେରାର ହୋଇଥିବା ବେଳେ ବାଇକ ଟିକୁ ଜବତ କରିଥିଲେ!(ଏମ୍.ଦିନା°ଶୁ ଆଚାରୀ)