September 29, 2024

ସ୍ତ୍ରୀକୁ ବିଷ ପିଆଇ ହତ୍ଯା ଅଭିଯୋଗ , ସ୍ବାମୀ ଗିରଫ

Share

ବୁଗୁଡା : ତା ୧୧/୦୫/୨୪ : ବୁଗୁଡା ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ଯା କରିଥିବା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ମୃତା ମହିଳା ଜଣକ ହେଲେ ଧରିତ୍ରୀ ସାହୁ ଏବଂ ଗିରଫ ବ୍ଯକ୍ତି ଜଣକ ହେଲେ ତାଙ୍କ ସ୍ବାମୀ ଜିତେନ୍ଦ୍ର ସାହୁ (୨୫) । ଏ ନେଇ ପୋଲିସ ଥାନାରେ କେସ ନଂ ୩୧୨/୨୪ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ଗତ ଗୁରୁବାର ବିଳମ୍ବିତ ରାତିରେ ବିଷପାନ ଯୋଗୁଁ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମର ଧରିତ୍ରୀଙ୍କ ଅଜା ଅଭି ସ୍ବାଇଁ ଏହା ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ବେଳେ ପୋଲିସ ମୃତାଙ୍କ ଶବକୁ ଜବତ କରି ବ୍ଯବଚ୍ଛେଦ ପଠାଇବା ସହ ସ୍ବାମୀ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଘଟଣାର ତଦନ୍ତକାରୀ ଅଧିକାରୀ ଦାୟିତ୍ବରେ ପୋଲିସ ଏସ୍ଆଇ ସମୀର କୁମାର ସେଠୀ ରହିଥିବା ଜଣାଯାଇଛି ।