June 29, 2024
Share

 

୧-ପୁରୀ:ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ।

୨-ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ, ଆଗାମୀ ୨୪ ଘଣ୍ଟାରେ ୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି।୧୭ରୁ ଫେରିବ ତାତି।

୩-ଭୁବନେଶ୍ୱର: ଅକ୍ଷୟ ତୃତୀୟାରେ ବୋହି ନେଲେ ୨୦୦ କୋଟି ଟଙ୍କାର ଗହଣା।

୪-ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଆହ୍ୱାନ । ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନନେଲେ ସେ ନେଇଯିବେ ରାଜନୀତିରୁ ସନ୍ନ୍ୟାସ।

୫-ଭୁବନେଶ୍ବରରେ ମୋଦିଙ୍କ ବିଶାଳ ରୋଡ୍‌ ସୋ’, ଲକ୍ଷ ଲକ୍ଷ ଜନତାଙ୍କ ହେଲା ସମାଗମ।

୬-ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ,ଥାଳ ଉଠା ପର୍ବ ଅନୁଷ୍ଠିତ।

୭-କେନ୍ଦ୍ରିୟ ସୂଚନା ଆୟୋଗ ବିବରଣୀ: ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ସୁପାରିସରେ ଓଡ଼ିଶା ପ୍ରଥମ।

୮-ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ,ଆଜି ସଂଧ୍ୟା ୫ରେ ସରିବ ପ୍ରଚାର।

୯-କଟକ: ବର୍ଷାଙ୍କୁ ନିର୍ଯାତନା ମାମଲା-ଟାଇମ୍ ପିଟିସନ ଦାଖଲ କରି ସମୟ ମାଗିଲେ ଅନୁଭବ।

୧୦-ଆଜି ବରଗଡ଼ ଓ ଫୁଲବାଣୀ ଯିବେ ନରେନ୍ଦ୍ର ମୋଦି।ମୋଦିଙ୍କ ଗସ୍ତକୁ ନେଇ ବିଜେପି ନେତା,କର୍ମୀ ,ଚାଷୀ ,ଯୁବକ ମହିଳା ସମସ୍ତେ ଉତ୍ସାହିତ।

୧୧-ଭୁତମୁଣ୍ଡାଇ-ଅଠରବାଙ୍କିରେ ବଢୁଛି ବାୟୁ ପ୍ରଦୂଷଣ, ବେଆଇନ ପରିବହନ ସାଜିଛି ବିପଦ।

୧୨-ସୋନପୁର:ଦୁଇ ବସ ସାମ୍ନାସାମ୍ନି ଧକ୍କା: ଅନେକ ଗୁରୁତର, ଜଣେ ଡ୍ରାଇଭର ଫସିଥିବା ସୂଚନା।

୧୩-ନୂଆପଡ଼ା: ନିଆରା ପ୍ରଚାର କରୁଛନ୍ତି ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ,ଲୋକେ ଶହେ ଟଙ୍କା ଚାଉଳ ଓ ଖଣ୍ଡେ ହଳଦୀ ଦେଇ କରୁଛନ୍ତି ଭୋଟ ପ୍ରତିଶ୍ରୁତି।

୧୪-ପୁରୀ:ଜାତୀୟ ପତାକାକୁ ଅସମ୍ମାନ, ରେଳ ବିଭାଗର ୬ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ।

୧୫-ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ସହ ଗୁଳି ବିନିମୟରେ ୧୨ ମାଓବାଦୀ ନିହତ।

୧୬-IPL:ଶେଷ ପର୍ଯ୍ୟନ୍ତ ଫ୍ୟାନ୍‌ଙ୍କୁ ଏଣ୍ଟରଟେନ୍‌ କଲେ ଧୋନୀ: ଚେନ୍ନାଇକୁ ୩୫ ରନ୍‌ରେ ହରାଇଲା ଗୁଜରାଟ୍।

୧୭-ମତଦାନ ତଥ୍ୟ ପ୍ରକାଶରେ ବିଳମ୍ବ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ।

୧୮-ଭାଇସ ଆଡମିରାଲ ସଞ୍ଜୟ ଭଲ୍ଲା ହେଲେ ନୌସେନା ଚିଫ ଅଫ୍ ପର୍ସନେଲ, ସମ୍ଭାଳିଲେ ଦାୟିତ୍ୱ

୧୯-ସାଇବର ଅପରାଧରେ ଅପବ୍ୟବହାର ହୋଇଥିବା
୨୮ ହଜାର ୨୦୦ ମୋବାଇଲ ହ୍ୟାଣ୍ଡସେଟ୍ ଓ ୨୦ ଲକ୍ଷ ମୋବାଇଲ୍ ସଂଯୋଗ ବନ୍ଦ ହେବ।

୨୦-ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଆଶ୍ୱସ୍ତି । ଅନ୍ତରୀଣ ଜାମିନରେ ଜେଲରୁ ବାହରିଲେ କେଜ୍ରିୱାଲ, କରିପାରିବେ ପ୍ରଚାର କିନ୍ତୁ ସରକାରୀ କାମକୁ ମନା।

୨୧-ତେହେରାନ ଦ୍ୱାରା ଜବତ ଇସ୍ରାଏଲ ଜାହାଜରୁ ୫ ଭାରତୀୟ ନାବିକ ମୁକ୍ତ।

୨୨-ଚନ୍ଦ୍ରପୃଷ୍ଠରେ ଗଡ଼ିବ ଟ୍ରେନ୍‌, ନାସା ତିଆରି କରିବ ରେଲୱେ ଷ୍ଟେସନ୍‌।