March 10, 2026

ସଂଙ୍କଟରେ ପଥରଶିଳ୍ପୀ ମିଳୁନି ପଥର ହାତବାନ୍ଧି ବସିଛନ୍ତି ପଥର କାରିଗର।  

IMG-20230511-WA0000
Share

 

 

ବୋଲଗଡ଼,୧୧/୦୫(ଉପାନ୍ତ ଓଡିଶା): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବୋଲଗଡ଼ ର ବିଭିନ୍ନ ସ୍ଥାନରେ ପଥର ଶିଳ୍ପୀ ମାନେ ଏହି କାମ କରି ନିଜ ପରିବାର ପୋଷଣ କରୁଥିବା ବେଳେ ଏବେ ପଥର ଅଭାବ ସେମାନଙ୍କୁ ଚିନ୍ତାରେ ପକାଇଛି। ସେହିପରି ଶିଳ୍ପୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ବାସ୍ତବରେ ଶିଳ୍ପୀଙ୍କ ନିକଟରେ ଅପହଞ୍ଚ ହୋଇ ପଡିଥିବା ଅଭିଯୋଗ କରିଛନ୍ତି । ଫଳରେ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ନୂଆ ପିଢ଼ି ମାନେମଧ୍ୟ ମୁଁହ ବୁଲାଉଛନ୍ତି। ସେହିପରି ଓଡ଼ିଶା କଳା ସ୍ଥାପତ୍ୟ ପାଇଁ ଦେଶ ବିଦେଶରେ ବେସ୍ ନାଁ କରିଥିବା ବେଳେ ଶିଳ୍ପୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଦେଖା ଦେଇଥିବା ସମସ୍ୟାକୁ ସରକାର ଚାହିଁଲେ ସମାଧାନ କରି ପାରିବେ ବୋଲି କହିବା ସହ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ପଥର ମହଜୁଦ ରହିଛି କିନ୍ତୁ ତାହା ଶିଳ୍ପୀଙ୍କ ପାଖରେ ପହଂଚି ପାରୁନି। ଏଥି ପାଇଁ ଏବେ ଅନେକ କାରିଗର ନିଜ ବୃତି ଛାଡି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି ତ ଆଉ କିଏ ନିଜ ବୃତିକୁ ପରିବର୍ତ୍ତନ କଲେଣି । ସେଥିପାଇଁ ସରକାର ପଥର ଶିଳ୍ପୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ଶିଳ୍ପୀ କାରିଗର ମାନେ। ନଚେତ ଓଡ଼ିଶାର ପରିଚୟ ବହନ କରୁଥିବା ଏହି ଶିଳ୍ପ ବୁଡିଯିବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ।

 

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)