April 15, 2025

ବ୍ରାହ୍ମଣ ସମାଜର ଏକତା ନେଇ ସଭା:ପର୍ଶୁରାମ ଜନ୍ମୋତ୍ସବ ପାଳନ ନିଷ୍ପତ୍ତି 

Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଗୁରୁବାର ସନ୍ଧ୍ୟାରେ ସାମ୍ବାଦିକ ଭବନ ରେ “ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ, ସମ୍ବଲପୁର” ପକ୍ଷ ରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ରେ ଶ୍ରୀ ଫଣିନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିଲେ।

 

ଏହି ବୈଠକ ର ପ୍ରାରମ୍ଭ ରେ ସମସ୍ତେ ମନ୍ତ୍ର ଉଚ୍ଚାରଣ କରିଥିଲେ ଓ ଏହା ପରେ ବୈଠକ ଆରମ୍ଭ ହୋଇଥିଲା। ଏହି ବୈଠକ ରେ ଶ୍ରୀ ବେଣୁଧର ଦାସ, ଶ୍ରୀ ରାମେଶ୍ବର ପୁରୋହିତ, ଶ୍ରୀ ଫଣିନ୍ଦ୍ର ପଣ୍ଡା, ଶ୍ରୀ କମଲ ଲୋଚନ ପଣ୍ଡା, ଶ୍ରୀ ମହେଶ ଶର୍ମା, ଶ୍ରୀ ନିଶିକାନ୍ତ ବିଶ୍ଵାଳ, ଶ୍ରୀ ଦେବାଶିଷ ପୁରୋହିତ, ଶ୍ରୀ ସୌରଭ ରଞ୍ଜନ ମହାପାତ୍ର, ଶ୍ରୀ ନିଶିକାନ୍ତ ବିଶ୍ଵାଳ, ଶ୍ରୀମତୀ ତୃପ୍ତି ପଣ୍ଡା, ଶ୍ରୀ ସୁରଜ୍ ଗୁରୁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

 

ଏହି ବୈଠକ ରେ ବ୍ରାହ୍ମଣ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଓ ଆଗକୁ ଏହି ଅନୁଷ୍ଠାନ ବ୍ରାହ୍ମଣ ସମାଜ କୁ ଏକତ୍ରିତ କରିବା ପାଇଁ ଓ ବ୍ରାହ୍ମଣ ସମାଜ ର ଉତ୍ଥାନ ଦିଗରେ କାମ କରିବା ପାଇଁ ମତ ପ୍ରକାଶ ପାଇ ଥିଲା। ଏହା ସହ ଆଗାମୀ ଏପ୍ରିଲ୍ ୩୦ ତାରିଖ ଶ୍ରୀ ପର୍ଶୁରାମ ଜନ୍ମୋତ୍ସବ ପାଳନ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇ ଥିଲା।

 

ଏହି ସଭାରେ “ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ” ର ମୁଖ୍ୟ ସଂଯୋଜକ ହେବା ପାଇଁ ସର୍ବସମ୍ମତି ରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଉକ୍ତ ପ୍ରସ୍ତାବ ରେ ଶ୍ରୀ ଦେବାଶିଷ ପୁରୋହିତ ଶ୍ରୀ ବେଣୁଧର ଦାସ ଙ୍କ ନାମ ପ୍ରସ୍ତାବ ରଖିଥିଲେ ଓ ଉକ୍ତ ପ୍ରସ୍ତାବ କୁ ଫାନିନ୍ଦ୍ର ପଣ୍ଡା ସମର୍ଥନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ପ୍ରସ୍ତାବ କୁ ସମର୍ଥନ କରିଥିଲେ।

 

ସମ୍ବଲପୁର ସହର ରେ ପ୍ରତି ବର୍ଷ ପର୍ଶୁରାମ ଜନ୍ମୋତ୍ସବ ପାଳିତ ହେଉଥିବା ବେଳେ ଏ ବର୍ଷ “ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ, ସମ୍ବଲପୁର” ତରଫ ରୁ ମହା ସମାରୋହ ରେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇ ଥିଲା। ଏହି କ୍ରମ ରେ ସମସ୍ତ ଉପସ୍ଥିତ ସଭ୍ୟ ଆଗାମୀ ଏପ୍ରିଲ୍ ୩୦ ତାରିଖ ଦିନ ପର୍ଶୁରାମ ଜନ୍ମୋଶ୍ରୀତ୍ସବ କୁ ଭବ୍ୟ ଓ ଦିବ୍ୟ ଭାବେ ପାଳନ କରିବା ପାଇଁ ନିଜ ନିଜ ମତ ରଖିଥିଲେ। ବିଶେଷ କରି “ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ” ର ଭବିଷ୍ୟତ କାର୍ଯ୍ୟକ୍ରମ ଗୁଡ଼ିକ ବିଷୟ ରେ ଶ୍ରୀ ବେଣୁଧର ଦାସ, ଶ୍ରୀ ରାମେଶ୍ବର ପୁରୋହିତ ଓ ଶ୍ରୀ ଫଣିନ୍ଦ୍ର ପଣ୍ଡା ମାର୍ଗଦର୍ଶନ କରି ଥିଲେ। ବିଶେଷ କରି ବ୍ରାହ୍ମଣ ସମାଜ ରେ ଗରିବ ପରିବାର କୁ ସହଯୋଗ ର ହାତ ବଢ଼େଇ ସାମୁହିକ ବ୍ରତ ଓ ସାମୁହିକ ବିବାହ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ମତ ରଖିଥିଲେ।

 

ଏହା ପରେ ଭଗବାନ ଶ୍ରୀ ପର୍ଶୁରାମ ଙ୍କ ଜନ୍ମୋତ୍ସବ କେମିତି ପ୍ରଥମ କରି ଦିବ୍ୟ ଓ ଭବ୍ୟ ଭାବେ ପାଳିତ ହୋଇ ପାରିବ ସେ ଦିଗରେ ବିଶେଷ ଆଲୋଚନା କରା ଯାଇଥିଲା। ଆଗାମୀ ୧୩ ଏପ୍ରିଲ୍ ରେ ଏହି ପରିପ୍ରେକ୍ଷୀରେ ଏ ଦିଗରେ ପ୍ରଥମ ପ୍ରସ୍ତୁତି ବୈଠକ ଧନୁପାଲି ସ୍ଥିତ ଗୋପାଲ ଜି ମନ୍ଦିର ରେ କରିବା ପାଇଁ ସ୍ଥିରୀକୃତ ହେଇଥିଲା।

 

ଆଜିର ଏହି ବୈଠକ ରେ “ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ” ଶ୍ରୀ ନିଶିକାନ୍ତ ବିଶ୍ଵାଳ ଙ୍କୁ “ଶ୍ରୀ ପର୍ଶୁରାମ ଜନ୍ମୋତ୍ସବ ସମିତି” ର ସଂଯୋଜକ ଦାୟିତ୍ଵ ତୁଲାଇବା ପାଇଁ ଶ୍ରୀ ଦେବାଶିଷ ପୁରୋହିତ ପ୍ରସ୍ତାବ ରଖିଥିଲେ ଓ ଉକ୍ତ ପ୍ରସ୍ତାବ କୁ ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ଏହାର ସମର୍ଥନ କରିଥିଲେ ଓ ସର୍ବସମ୍ମତି ରେ ପ୍ରସ୍ତାବ କୁ ସମର୍ଥନ କରି ପ୍ରସ୍ତାବ କୁ ପାରିତ କରିଥିଲେ।

 

ବୈଠକ ପରି ଶେଷ ରେ ଶ୍ରୀ କମଲ ଲୋଚନ ପଣ୍ଡା ଶାନ୍ତିପାଠ କରିଥିଲେ ଓ ଶ୍ରୀ ନିଶିକାନ୍ତ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।