ଆଜିର ଖବର
*ଖବର ଆଜିର*
ତାରିଖ ୧୧/୦୪/୨୦୨୩ ମଙ୍ଗଳବାର ।
ଚଳିତ ଆଇପିଏଲ୍ରେ ସୋମବାର ରୋମାଞ୍ଚକର ମ୍ୟାଚ୍ରେ ଶେଷ ବଲ୍ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ମାର୍କସ ଷ୍ଟୋଇନିସ୍ ଓ ନିକୋଲାସ୍ ପୁରନ୍ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୧ ୱିକେଟରେ ଲକ୍ଷ୍ନୌ ପରାସ୍ତ କରିଛି।
ବାପା-ମାଆଙ୍କ ଠାରୁ ଅଲଗା ହେବାକୁ ବାଧ୍ୟ କଲେ ସ୍ତ୍ରୀ ଠାରୁ ଛାଡ଼ପତ୍ର ମାଗିପାରିବେ ସ୍ବାମୀ: କଲିକତା ହାଇକୋର୍ଟ ।
ଆମ୍ ଆଦମୀ ପାର୍ଟୀ ହେଲା ଜାତୀୟ ଦଳ, ମାନ୍ୟତା ହରାଇଲେ TMC ଏବଂ NCP ।
ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ । ବିଜେପି ପକ୍ଷରୁ ଟଙ୍କଧର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ।
ଏପ୍ରିଲ ୨୦ରୁ ୨୨ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ‘ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩’ ।
ଫେକ୍ ସାର୍ଟିଫିକେଟ ମାମଲା: CBI ତଦନ୍ତ ପାଇଁ ଚିଠି ଲେଖିଲେ ମହାଡାକପାଳ ।
ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋଲୋ କଲେ ଏଲନ ମସ୍କ; ଲିଷ୍ଟରେ ବାଇଡେନ୍ ଏବଂ ଟ୍ରମ୍ପଙ୍କ ନାଁ ନାହିଁ ।
ଭାରତୀୟ ସେଲିବ୍ରିଟିଙ୍କ ବିଜନେସ୍ ହବ ପାଲଟିଛି ଟୁରିଷ୍ଟ ଡେଷ୍ଟିନେସନ୍ ଦୁବାଇ । ୨୦୨୩ ସୁଦ୍ଧା ୭ ଲକ୍ଷ କୋଟି ଛୁଇଁପାରେ ନିବେଶ ।
ବେଆଇନ ଭାବେ ୭୫% ଆମେରିକା ନାଗରିକଙ୍କୁ ଅଟକ ରଖିଛନ୍ତି ଇରାନ, ଚୀନ, ଭେନିଜୁଏଲା ଓ ସିରିଆ ।
ଦେଶରେ ଚଳିତ ବର୍ଷ ସାମାନ୍ୟରୁ କମ୍ ବର୍ଷା ହେବାର ସମ୍ଭାବନା, ‘ଏଲ ନୀନୋ’ ବଢାଇଲା ଚିନ୍ତା ।
କର୍ଣ୍ଣାଟକରେ ତେଜିଲା କ୍ଷୀର ଲଢେଇ । ଅମୁଲ ବ୍ରାଣ୍ଡର ପ୍ରବେଶକୁ ନେଇ ଶାସକ ବିଜେପି-ବିରୋଧୀ କଂଗ୍ରେସ ମୁହାଁମୁହିଁ ।
ଖୁବ୍ଶୀଘ୍ର କୋୱିନ ପୋର୍ଟାଲ୍ରେ ବୁଷ୍ଟର ଡୋଜ୍ ଭାବେ ମିଳିବ କୋଭୋଭାକ୍ସ ଟିକା: ପ୍ରତି ଡୋଜ୍ ୨୨୫ ଟଙ୍କା ।
ଜାପାନରେ ନବୀନ, ଭେଟିଲା ମିନି ଓଡିଶା : ମହିଳା ଉଦ୍ୟୋଗୀ ରିମଝିମ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ।
ସେଲ କମ୍ପାନି ଜରିଆରେ ଆଦାନି ଗ୍ରୁପ୍ ୨୦,୦୦୦ କୋଟି ଟଙ୍କା ଅର୍ଜନ କରିଥିବା ନେଇ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଉପରେ ସୋମବାର ଏହି କମ୍ପାନି ଏକପ୍ରକାର ସ୍ପଷ୍ଟୀକରଣ ରଖିଛି। ୨୦୧୯ ମସିହାରୁ ଆଦାନି ଗ୍ରୁପ କମ୍ପାନିର ଅଂଶଧନ ବିକ୍ରି କରି କିଭଳି ୨୮୭ କୋଟି ଡଲାର ପାଇଛି ଏବଂ ପରେ ୨୫୫ କୋଟି ଡଲାର ପୁନଃ ବ୍ୟବସାୟରେ ଖଟାଯାଇଛି ତାହାର ସୂଚନା ଦେଇଛି।
କଡ଼ାକଡ଼ି ପାଳନ ହେବ ଓଡ଼ିଶା ଡଙ୍ଗା ନିୟମ: ବିନା ଲାଇଫ୍ ଜ୍ୟାକେଟରେ ଯାତାୟାତ ମନା ।
ଗଣତନ୍ତ୍ର, କଥାବାର୍ତ୍ତା, ବିବିଧାୟନ ଓ ରଣନୈତିକ ପ୍ରୟୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ୟୁକ୍ରେନ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସୋମବାର ଭାରତ ଗସ୍ତରେ ଆସିଥିବା ଏହାର ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାତୀୟ ପ୍ରସଙ୍ଗ ନୁହେଁ : ପୱାର।
ସଚିନ୍ ପାଇଲଟଙ୍କ କଂଗ୍ରେସ ଛାଡ଼ିବା ପ୍ରଶ୍ନ ଉଠୁ ନାହିଁ; ଅନଶନ ପୂର୍ବରୁ ସହଯୋଗୀଙ୍କ ବଡ଼ ଦାବି ।
ସୁପ୍ରଭାତ ,ଶୁଭ ସକାଳ ।