March 12, 2026

ନା ବାଳିକା କୁ ଦୁଷ୍କର୍ମ ଅଭିଯୋଗ ନାବାଳିକା ଗୁରୁତର ମେଡ଼ିକାଲରେ ଭର୍ତି

IMG-20260311-WA0000
Share

 

ତିର୍ତୋଲ ଥାନା…( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ବ୍ଲକ ସାଇଲୋ ଗ୍ରାମ ପଞ୍ଚାୟତ ଅଧୀନ ରାହାମା ର ଏକ ନାବାଳିକା କୁ ଦୁଷ୍କର୍ମ ହୋଇଥିବା ନେଇ ତିର୍ତୋଲ ଥାନାରେ କରାଯାଇଛି ଅଭିଯୋଗ । ଅଭିଯୋଗ ଅନୁସାରେ ନାବାଳିକା ଝିଅ ର ନାମ ମିନି ( ଛଦ୍ମ ନାମ ) ବୟସ ପାଞ୍ଚ ବର୍ଷ । ଗତ କାଲି ରାତ୍ରିରେ ବାପା ଲକ୍ଷ୍ମଣ ସହିତ ମିନି ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ଆସାମୀ ସ୍ବର୍ଗତ ପୁରିଆ ଦାସଙ୍କ ପୁଅ ମନୋଜ ଦାସ (୩୫)ବର୍ଷ ଘରେ ପଶି ନାବାଳିକା କୁ ଦୁଷ୍କର୍ମ କରିଥିଲା ।ନାବାଳିକା ଜୋର ରେ ପାଟିକରିବାରୁ ପାଟି ଶୁଣି ଝିଅ ର ବାପା ଲକ୍ଷ୍ମଣ ପହଂଚି ଯିବାରୁ ଆସାମୀ ମନୋଜ ନାବାଳିକାକୁ ଛାଡି ଲକ୍ଷ୍ମଣକୁ ଆକ୍ରମଣ କରିଥିଲା ।ଆକ୍ରମଣ ରେ ଲକ୍ଷ୍ମଣ ର ଛାତି, ମୁଁହ ଓ ଶରୀର ର ଅନେକ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ପାଟି ଶୁଣିସାହିର ଅନ୍ୟ ମାନେ ପହଂଚି ଯିବାରୁ ଆସାମୀ ମନୋଜ ଘଟଣା ସ୍ଥଳରୁ ପଳାଇ ଯଇ ଥିଲା । ଖବର ପାଇ ତିର୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ଓ ବାପା ଲକ୍ଷ୍ମଣ କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଛି ।ତିର୍ତୋଲ ପୋଲିସ ଆସାମୀ ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରଖିଛି । ଶୁଣିବାକୁ ମିଳୁଛି ଜେ ଆସାମୀ କୁଜଙ୍ଗ ଅଂଚଳ ସିଜୁ ବଗଦିଆ ରେ ଅଛି । ତିର୍ତୋଲ ପୋଲିସ ଆସାମୀ କୁ ଧରିବା ପାଇଁ ସିଜୁ ଗ୍ରାମକୁ ଯାଇଥିବା ଜଣା ପଡିଛି l ଖବର ଲେଖାହେଲା ବେଳକୁ ତିର୍ତୋଲ ପୋଲିସ ଓ କୁଜଙ୍ଗ ପୋଲିସ ମିଳିତ ଭାବେ ଚଢ଼ାଉ କରି ପଙ୍କପାଳ ନିକଟରୁ ଅସମୀଙ୍କୁ ଗିରଫ କରିଥିବା ତିର୍ତୋଲ ପୋଲିସ ପ୍ରକାଶ କରିଛନ୍ତି ।