March 12, 2026

ମୋହନା ଅଞ୍ଚଳରେ ବାଦ ପଡ଼ିଥିବା ସୌରା ସମାଜ ବାସିନ୍ଦା ଙ୍କୁ ସୌରା ସ୍କିମ ରେ ଅନ୍ତର୍ଭୁକ୍ତ କରିବା ଦାବୀ

IMG-20260311-WA0012
Share

ମୋହନା ( ଜୁନେସ ଶବର )ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ଅଞ୍ଚଳ। ଏଠାରେ ଶତକଡା ୭୦ଭାଗ ଲୋକ ଜନଜାତି ସମ୍ପ୍ରଦାୟ ର ଲୋକ ବାସ କରନ୍ତି।ସ୍ଥାନୀୟ କେତକ ଅଞ୍ଚଳ ଲୋକ ଏଠାରେ ଅବସ୍ଥିତ ଥିବା ସୌରା ଉନ୍ନୟନ ସଂସ୍ଥା ରୁ ବାଦ ପଡିଛନ୍ତି। ଏଥିରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ କିଛି ଦିନ ପୂର୍ବେ ସ୍ଥାନୀୟ ଅଧିକାରୀ ଏବଂ ସରକାର ଙ୍କ ଦୃଷ୍ଟି କୁ ଆଣି ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦାବୀ କରିଥିଲେ। ଏହି ଦାବିକୁ ଅଧିକାରୀ ସହୃଦୟର ସହ ଗ୍ରହଣ କରି ମୋହନା ବ୍ଲକ ର ବଡଖଣି ଗ୍ରାମ ପଞ୍ଚାୟତ ଗସ୍ତରେ ଆସି ସ୍ଥାନୀୟ ସୌରା ସମ୍ପ୍ରଦାୟ ର ଲୋକଙ୍କୁ ଡାକି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ସଚିତ୍ର କୁମାର ବେହେରା କେତକ ଗ୍ରାମ ଗସ୍ତ କରି ତଦନ୍ତ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ କେଶବ ମଲ୍ଲିକ ଏବଂ କଟକ ଡାଇସିସ ଏରିଆ ସୁପରଇନଟେନଡେଣ୍ଟ ଇସାକ ମଣ୍ଡଳ ଙ୍କ ସମେତ ବଡ଼ଖଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଞ୍ଚଟି ଗ୍ରାମର ସୌରା ସମ୍ପ୍ରଦାୟ ର ଜନସାଧାରଣ ଙ୍କ ସହିତ କେତକ ୱାର୍ଡ ସଭ୍ୟ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।