March 12, 2025

ଉଦଯାପିତ ହେଲା ଜାତୀୟ ରାକିଙ୍ଗ ତୀରନ୍ଦାଜ ଟୁର୍ନାମେଣ୍ଟ

Share

ପୁରୀରେ ଦୀର୍ଘ ଦଶଦିନ ଧରି ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିଅମ ପରିସରରେ ଚାଲିଥିବା ତୃତୀୟ N T P C ସର୍ବ ଭାରତୀୟ ରାକିଙ୍ଗ ତୀରନ୍ଦାଜ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ରିକର୍ଭ ବାଳକ ବିଭାଗରେ ଉତ୍ତରପ୍ରଦେଶର ଆରୀୟନ ରାଣା ପ୍ରଥମ ସ୍ଥାନ ଅଧିକାର କରି ପନ୍ଦର ହଜାର ଟଙ୍କା ପୁରସ୍କାର ରାଶି ପାଇଥିବା ବେଳେ ଉତ୍ତରପ୍ରଦେଶର ରୋହିତ କୁମାର ଦ୍ଵିତୀୟ ସ୍ଥାନ ଅଧିକାର କରି ୧୧, ୫୦୦ଟଙ୍କା ମହାରାଷ୍ଟ୍ର ର ଉଜ୍ଜଳ ଭରତ ତୃତୀୟ ସ୍ଥାନ ଅଧିକାର କରି ୮୫୦୦ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଛନ୍ତି l ସେହିଭଳି ବାଳିକା ବିଭାଗ ରେ ପଶ୍ଚିମବଙ୍ଗର ବାସନ୍ତୀ ମାହାତୋ ପ୍ରଥମ ସ୍ଥାନ, ଓଡ଼ିଶାର ମାନେଶ୍ଵରୀ ହାଁସଦା ଦ୍ଵିତୀୟ ସ୍ଥାନ, ମଧ୍ୟପ୍ରଦେଶ ର ଭିତାଶା ଠାକୁର ତୃତୀୟସ୍ଥାନ ଅଧିକାର କରି ପୁରସ୍କାର ରାଶି ଗ୍ରହଣ କରିଛନ୍ତି l କମ୍ପାଉଣ୍ଡ ରେ ବାଳକ ବିଭାଗରେ ହରିୟାଣାର କୁଶଳ ଦଲାଲ ପ୍ରଥମ ସ୍ଥାନ, ନିଶାନ୍ତ ପଟେଲ ଦ୍ଵିତୀୟ ସ୍ଥାନ, ରାଜସ୍ଥାନ ର ପ୍ରଦ୍ୟୁମ୍ନ ଯାଦବ ତୃତୀୟ ସ୍ଥାନ ସେହିଭଳି ବାଳିକା ବିଭାଗ ରେ ତେଜଲ ରାଜେନ୍ଦ୍ର ପ୍ରଥମ ସ୍ଥାନ, ଦିଲ୍ଲୀର କୁମୁଦ ସାଇନି ଦ୍ଵିତୀୟ ସ୍ଥାନ ତେଲେଙ୍ଗାନାର ତନୀ ପ୍ରାର୍ଥୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ରାଶି ଗ୍ରହଣ କରିଛନ୍ତି l ଏହି ପୁରସ୍କାର ବିତରଣ ଉର୍ତ୍ସବ ରେ ରାଜ୍ୟ ଆଥଲେଟିକ ଆସୋସିଏସନ ର ଉପ ସଭାପତି ରବୀନ୍ଦ୍ରନାଥ ପଟ୍ଟନାୟକ, ପୂର୍ବତନ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, କୋଷାଧକ୍ଷ ସୌରଜିତ ସିଂହ, ରୋଭର୍ସ କ୍ଳବର କାର୍ଯ୍ୟକାରୀ ସଭାପତି ସମୀର କୁମାର ପରିଜା ଅତିଥିଭାବେ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ