May 10, 2026

ଶୁଦ୍ଧ ଶବର ଜାତି କୁ ଆଦିବାସୀ ମାନ୍ୟତା ଦାବୀ ରେ ମୋହନା ତହସିଲ ଅଫିସ ଘେରାଉ..

IMG-20250311-WA0022
Share

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ତହସିଲ ଅଫିସ କୁ ଆଜି ଗଞ୍ଜାମ, ଗଜପତି ଓ ନୟାଗଡ ଜିଲ୍ଲାର ଶୁଦ୍ଧ ଶବର ସମାଜ ର ହଜାର ହଜାର ପୁରୁଷ ଓ ମହିଳା ସ୍ଥାନୀୟ ଶିବ ମନ୍ଦିର ଠାରୁ ମୋହନା ସହର ମଧ୍ୟରେ ବିଭିନ୍ନ ସ୍ଲୋଗାନ ଦେଇ ତହସିଲ ଅଫିସ ରେ ପହଞ୍ଚି ତହସିଲ ଅଫିସ କୁ ଘେରାଉ କରି ଦୀର୍ଘ ସମୟ ଧରି ରଖିଥିଲେ। ସ୍ଥାନୀୟ ନେତା ମାନେ ସରକାର ଙ୍କ ଦୃଷ୍ଟି କୁ ଆଣିବା ପାଇଁ ଉପସ୍ଥିତ ଥିବା ଆନ୍ଦୋଳନ କାରୀ ଙ୍କ ସମ୍ମୁଖରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ସ୍ଥାନୀୟ ତହସିଲଦାର ଚକ୍ରଧର ପାଢ଼ୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏବଂ ଏହି ଦାବୀ ପତ୍ର ଟି ଜିଲ୍ଲାପାଳ ଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ପଠାଇବା ପାଇଁ ଅନୁରୋଧ କରିବା ସଙ୍ଗେ ଯଥାଶୀଘ୍ର ଶୁଦ୍ଧ ଶବର ଜାତି କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ଦାବୀ କରିଥିଲେ। ଦେଶ ସ୍ବାଧୀନ ପୂର୍ବରୁ ଶବର ଜାତି ଆଦିବାସୀ ମାନ୍ୟତା ପାଇଥିବା ବେଳେ ଗତ କିଛି ମାସ ପୂର୍ବରୁ କାହିଁକି ଶବର ନାମ ଧାରୀ ଜାତି ଆଦିବାସୀ ମାନ୍ୟତା କଟିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ଏହି ସମ୍ପ୍ରଦାୟର ଲୋକ। ଆଦିବାସୀ ମାନ୍ୟତା କାଟିବାରୁ ବହୁ ଛାତ୍ର ଛାତ୍ରୀ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ହକ ପାଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶବର ସମ୍ପ୍ରଦାୟ ବାସିନ୍ଦା। ଏହି ବିରାଟ ଶୋଭାଯାତ୍ରା ରେ ପ୍ରାୟ ଦଶ ହଜାର ପୁରୁଷ ଓ ମହିଳାଙ୍କୁ ନେଇ ବିଜେପି ଜିଲ୍ଲା ସଭାପତି ନବ କିଶୋର ଶବର, ପର୍ଶୁରାମ ରଇତ, ଦେବରାଜ ପାଇକ, ନରେନ୍ଦ୍ର କୁମାର ଜାନୀ, ଗୁପ୍ତେଶ୍ୱର ନାୟକ, ଦିବାକର ରଣସିଂହ, ପ୍ରଶାନ୍ତ ମଲ୍ଲିକ,କୃଷ୍ଣ ଚନ୍ଦ୍ର ଦଳାଇ ଙ୍କ ସହ ଅଶୋକ ରଣଜିତ୍ ପ୍ରମୁଖ ନେତୃତ୍ୱ ନେଇଥିଲେ। ବିକ୍ଷୋଭ କାରୀଙ୍କ ଠାରୁ ଦାବୀ ପତ୍ର ଗ୍ରହଣ କରି ତହସିଲଦାର ଜିଲ୍ଲାପାଳ ଙ୍କ ଆଲୋଚନା କରି ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।