March 12, 2026

ବୋରିଗୁମ୍ମା ଠାରେ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଶୁଭଜନ୍ମ ବାର୍ଷିକୀ ଉତ୍ସବ….

man
Share


କୋରାପୁଟ,ବୋରିଗୁମ୍ମା ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସର ରେ ବୋରିଗୁମ୍ମା ସତସଙ୍ଗୀଙ୍କ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଜି ପ୍ରତ୍ୟୁଷରୁ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଜନ୍ମବାର୍ଷିକୀ ମହା ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଶ୍ରୀ ଶ୍ରୀ ଠାକୁରଙ୍କ ସୁସଜ୍ଜିତ ରଥରେ ନଗର ପରିକ୍ରମା ହୋଇଥିଲା।ସୁଦୂର ଡାବୁଗାଁ ରୁ ଆଗତ ଶ୍ରୀଶ୍ରୀଠାକୁରଙ୍କ ପୂତ ପାଞ୍ଜା ଧାରୀ ସହ ପ୍ରତି ଋତ୍ବିକ କମଳାକାନ୍ତ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ମୂଖ୍ୟ ବକ୍ତା ଶ୍ରୀ ସାହୁ ଯୁଗ ପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଗମନ ର ଉଦ୍ଦେଶ୍ୟ ବ୍ୟକ୍ତି ପରିବାର ସମାଜ ରାଷ୍ଟ୍ରରେ ଦେଖାଯାଉଥିବା ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ବିଭେଦ ଏବଂ ଶାନ୍ତି ପ୍ରତିଷ୍ଠା, ପିତା ପୁତ୍ର, ମାତା ପୁତ୍ର, ସ୍ବାମୀ ସ୍ତ୍ରୀ ଏବଂ ପ୍ରତ୍ୟେକ ସଦଗୁରୁ ଶ୍ରୀଶ୍ରୀଠାକୁର ଅନୁକୁଳ ଚନ୍ଦ୍ରଙ୍କୁ ଗୁରୁରୂପେ ବରଣ କରି ପ୍ରତ୍ୟେକ ବ୍ୟକ୍ତିର ଆଚାର୍ଯ୍ୟଙ୍କ ସାନ୍ନିଧ୍ୟେ ଚରିତ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ନବରଂପୁରରୁ ଆଗତ ସତସଙ୍ଗ ପରିଚାଳକ ସପ୍ରଋ ଡକ୍ଟର ଶ୍ରୀ ଜଗତବନ୍ଧୁ ସାହୁ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ସମ୍ପର୍କରେ ଆଲୋଚନା କରି ପରିବାରରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା କରିଥିଲେ ଏବଂ ବୋରିଗୁମ୍ମା ଅଞ୍ଚଳରେ ଦୀର୍ଘ ୩୬ବର୍ଷର ବ୍ୟକ୍ତିଗତ ଭାବେ ଗୁରୁ ଭାଇ ମାନଙ୍କ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିଥିଲେ। ସ.ପ୍ର.ଋ. ଶ୍ରୀ ପ୍ରଦୀପ କୁମାର ଦାସ ଭାଇ ଈଶ୍ବରୀୟ ଭାବ ଏବଂ ପରମାତ୍ମାଙ୍କ ଉପରେ ମଣିଷର ଭରଷା ଆଉ ସତସଙ୍ଗୀଙ୍କ ଚାଲିଚଳନ ଏବଂ ସାଧାରଣ ଲୋକଙ୍କ ଚାଲିଚଳନର ଫରକ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଏବଂ ଉପସ୍ଥିତ ଅନୁପସ୍ଥିତ ସମସ୍ତଙ୍କର ମଙ୍ଗଳ କାମନାକରିଥିଲେ ସ୍ଥାନୀୟ ଭାଇ ଅରୁଣ କୁମାର ଦାଶ ଭାଇ। ମଧ୍ୟାହ୍ନରେ ଆନନ୍ଦ ବଜାର ଏବଂ ଅପରାହ୍ନରେ ପବିତ୍ର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ( ହରିଶ କୁମାର ପଟ୍ଟନାୟକ)